ଓଡିଶା

odisha

ETV Bharat / state

ଜମି କେଳେଙ୍କାରୀ ଘଟଣା :ତହସିଲଦାର,ଅତିରିକ୍ତ ତହସିଲଦାର ନିଲମ୍ବିତ - ବଲାଙ୍ଗୀର ଜମି କେଳେଙ୍କାରୀ ଘଟଣା

ବଲାଙ୍ଗୀର ଜମି କେଳେଙ୍କାରୀ ଘଟଣା । ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଏହାସହ ଅନ୍ୟ ୪ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଅଧିକ ପଢନ୍ତୁ

ଜମି କେଳେଙ୍କାରୀ ଘଟଣା :ତହସିଲଦାର,ଅତିରିକ୍ତ ତହସିଲଦାର ନିଲମ୍ବିତ
ଜମି କେଳେଙ୍କାରୀ ଘଟଣା :ତହସିଲଦାର,ଅତିରିକ୍ତ ତହସିଲଦାର ନିଲମ୍ବିତ

By

Published : Jul 6, 2022, 7:59 PM IST

ବଲାଙ୍ଗୀର : ବଲାଙ୍ଗୀର ଜମି କେଳେଙ୍କାରୀ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ତହସିଲଦାର ମାଘବାନ୍ ବାଗ ଓ ଅତିରିକ୍ତ ତହସିଲଦାର ହରେକୃଷ୍ଣ ରାଉତଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ସେପଟେ ଆଜି ତହସିଲ କାର୍ଯ୍ୟାଳୟର ରେକର୍ଡ କିପର ମକରଧ୍ବଜ କାଲସାଏ ଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ଅନ୍ୟ ୪ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଆଜି ପୁଣି ଉପନିବନ୍ଧକ କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ଜମି କେଳେଙ୍କାରୀ ଘଟଣା :ତହସିଲଦାର,ଅତିରିକ୍ତ ତହସିଲଦାର ନିଲମ୍ବିତ

ବଲାଙ୍ଗୀରରେ ବିଭିନ୍ନ ସ୍ଥାନରେ ପ୍ରକୃତ ଜମି ମାଲିକ ର ଅଜାଣତରେ ଜମି ବିକ୍ରୀ ହୋଇଥିବା ନେଇ ସଙ୍ଗୀନ ଅଭିଯୋଗ ଆସିଥିଲା । ଏପରିକି ମୃତ ବ୍ୟକ୍ତି ଙ୍କୁ ଜୀବିତ ଦର୍ଶାଇ ତାଙ୍କ ନାଁରେ ମଧ୍ୟ ଜମି ବିକ୍ରୀ ହୋଇଥିଲା । 2018 ରୁ 2020 ବର୍ଷ ମଧ୍ୟରେ ହୋଇଥିବା ଜମି କେଲେଙ୍କାରୀରେ ସମ୍ପୃକ୍ତ ଥିବା ବଲାଙ୍ଗୀର ଉପ ନିବନ୍ଧକ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଦୀପକ କୁମାର ବାଗଙ୍କୁ ଟାଉନ ପୋଲିସ୍ କଣ୍ଟାବାଞ୍ଜି ରୁ ଉଠାଇ ଆଣି ତଦନ୍ତ କରୁଛି । ଅଭିଯୋଗ ଅନୁସାରେ ଜମିକିଣା ବିକାରେ ସେ ହିଁ ଲୋକଙ୍କ ପରିଚୟ ଓ ଜମିଜମା ରେକର୍ଡ ଠିକ ଥିବାର ରିପୋର୍ଟ ଦେଇଥିବାର ଜଣାପଡ଼ିଛି ।

ଏହାବି ପଢନ୍ତୁ:ବଲାଙ୍ଗୀରରେ ଜମି କେଳେଙ୍କାରୀ: ମାଫିଆଙ୍କ ବିରୋଧରେ ହେବ କଠୋର କାର୍ଯ୍ଯାନୁଷ୍ଠାନ କହିଲେ SP

ତେବେ ଏଥିରେ ଗୋଟିଏ ପଟେ ପୋଲିସ ତଦନ୍ତ କରୁଥିବା ବେଳେ ଅନ୍ୟପଟେ ଜିଲ୍ଲାପାଳ ଏହାର ତଦନ୍ତ କରି ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ନାଁରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଯାହାପରେ ଆଜି ରାଜ୍ୟ ସରକାର ଏହି ଦୁଇ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ।

ଇଟିଭି ଭାରତ,ବଲାଙ୍ଗୀର

ABOUT THE AUTHOR

...view details