ବାଲଙ୍ଗୀର: ଭାରତର ଅଧ୍ୟକ୍ଷତାରେ ପ୍ରଥମ ଥର ଜି-୨୦ ଶିଖର ସମ୍ମିଳନୀ ସଫଳତାର ସହ ଶେଷ ହୋଇଛି । ଏହି ସମ୍ମିଳନୀ ଆୟୋଜନ କରି ବୈଶ୍ବିକ ସ୍ତରରେ ଭାରତର ପ୍ରାଧାନ୍ୟ ବଢିଥିବା ବେଳେ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି । ଭାରତର ଏହି ଉପଲବ୍ଧି ନେଇ ବଲାଙ୍ଗୀର ବିଶ୍ବାତ୍ମା ସଂଗଠନର ପ୍ରତିଷ୍ଠାତା ତଥା ସନ୍ଥ ପ୍ରଜ୍ଞାନନ୍ଦ ସରସ୍ବତୀ ମହାରାଜ ପ୍ରତିକ୍ରିୟା ଦେଇଛନ୍ତି । ଭାରତ ଆଗକୁ ବିଶ୍ବଗୁରୁ ହେବ ଏବଂ ତା'ର ପୁରୁଣା ହୃଦ ଗୌରବ ଫେରିପାଇବ ବୋଲି ସନ୍ଥ ଆଶା ପୋଷଣ କରିଛନ୍ତି ।
ପ୍ରଜ୍ଞାନନ୍ଦ ସରସ୍ବତୀ ମହାରାଜ କହିଛନ୍ତି ଯେ, ଆଜି ବିଶ୍ବରେ ହିଂସା ଅହଙ୍କାର ବୃଦ୍ଧି ପାଇଛି । ବିଭିନ୍ନ କ୍ଷେତ୍ରରେ ପ୍ରତିଯୋଗିତା ଚାଲିଛି । ଏସବୁ ଭିତରେ ମାନବବାଦକୁ ସମସ୍ତେ ଭୁଲି ଯାଇଛନ୍ତି । ଯାହାର ପରିଣାମ ସାରା ବିଶ୍ବ ଭୋଗୁଥିବା ବେଳେ ଏହି ବୈଶ୍ବକ ସମସ୍ୟାରୁ ବାହାରିବା ପାଇଁ ଭାରତ ବାଟ ଦେଖାଇଛି । ସେହିପରି ବିଶ୍ବରେ କେହି ଏକା ପର୍ଯ୍ୟାପ୍ତ ନୁହଁନ୍ତି । ସମସ୍ତଙ୍କୁ ସହଯୋଗ ଦରକାର । ଏପରି ସ୍ଥଳେ ଅହଙ୍କାରକୁ ଛାଡି ସମସ୍ତଙ୍କ ମଧ୍ୟରେ ସହଭାଗିତା, ସହଯୋଗ ଓ ସଦଭାବନର ଆବଶ୍ୟକ ରହିଛି ।
ଭାରତ ବସୁଧୈବ କୁଟୁମ୍ବକମର ଉଦ୍ଦେଶ୍ୟ ନେଇ ସାରା ବିଶ୍ବକୁ ଏକାଠି କରିବାରେ ସଫଳ ହୋଇଛି । ଏହା ହିଁ ଭାରତର ପରିଚୟ ଯେ ପୂର୍ବରୁ ଯେମିତି ଭାରତ ବିଶ୍ବଗୁରୁ ଥିଲା ଏବେ ପୁଣି ବିଶ୍ବଗୁରୁ ହେବାକୁ ଯାଉଛି । ଭାରତ ପୁଣି ତାର ହୃତ ଗୌରବ ପ୍ରାପ୍ତ କରିବ । ସନାତନ ଧର୍ମ ଓ ବସୁଧୈବ କୁଟୁମ୍ବକମର ଉଦ୍ଦେଶ୍ୟ ସଫଳ ହେବ ବୋଲି ପ୍ରଜ୍ଞାନନ୍ଦ ସରସ୍ବତୀ ମହାରାଜ କରିଛନ୍ତି ।