ଓଡିଶା

odisha

ETV Bharat / state

Corruption In Swachha Bharat Mission ! ଲୋକଙ୍କ କାମରେ ଆସୁନି ଘରୋଇ ଶୌଚାଳୟ

ନିର୍ମଳ ଭାରତ ଆନ୍ଦୋଳନର ନାରା ନେଇ ଆରମ୍ଭ ହୋଇଥିଲା ସ୍ବଚ୍ଛ ଭାରତ ମିଶନ । ଏଥିରେ ବଲାଙ୍ଗୀର ଜିଲ୍ଲା ମଧ୍ୟ ସାମିଲ ହୋଇଥିଲା । ସବୁ ବ୍ଲକ୍‌ ଓ ଗାଁରେ ଲୋକଙ୍କୁ ଶୌଚାଳୟ ସୁବିଧା ଯୋଗାଇ ଦିଆଯାଇଛି । ହେଲେ ଏହି ଶୌଚାଳୟ ସୁବିଧା ଲୋକଙ୍କ କାମରେ ଆସୁନି । ଅଧିକ ପଢ଼ନ୍ତୁ

By

Published : Dec 14, 2021, 7:40 PM IST

swachha bharat mission failed in balangir as people not using toilets build by administration
ସ୍ବଚ୍ଛ ଭାରତ ମିଶନରେ ଦୁର୍ନୀତି: ଲୋକଙ୍କ କାମରେ ଆସୁନି ଘରୋଇ ଶୌଚାଳୟ

ବଲାଙ୍ଗୀର:ଏକ ନିର୍ମଳ ଭାରତର ସ୍ବପ୍ନ ନେଇ ଆରମ୍ଭ ହୋଇଥିଲା ସ୍ବଚ୍ଛ ଭାରତ ଯୋଜନା । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ସ୍ବରୂପ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଜାତୀୟ ଅଭିଯାନ ଭାବେ ସ୍ୱଚ୍ଛ ଭାରତ ମିଶନ ସମଗ୍ର ଦେଶର କୋଣଅନୁକୋଣରେ ଆରମ୍ଭ ହୋଇଛି । ଯଉଁଥିରେ ବଲାଙ୍ଗୀର ଜିଲ୍ଲା ମଧ୍ୟ ସାମିଲ ରହିଛି । ତେବେ ଏହି ମିଶନ ବଲାଙ୍ଗୀର ଜିଲ୍ଲାରେ ଫେଲ୍‌ ମାରିଥିବା ଅଭିଯୋଗ ହେଉଛି (swachha bharat mission failed in balangir) ।

ଜିଲ୍ଲାରେ ସବୁଠି ଶୌଚାଳୟ ଅଛି ହେଲେ ନିମ୍ନମାନର କାମ ଯୋଗୁଁ ଗୋଟିଏ ବି ଶୌଚାଳୟ ଲୋକଙ୍କ କାମରେ ଆସୁନି । ପ୍ରତ୍ୟେକ ପରିବାରକୁ ଶୌଚାଳୟ ଯୋଗାଇ ଦେବାକୁ ବଲାଙ୍ଗୀରରେ ସ୍ବଚ୍ଛ ଭାରତ ମିଶନରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା । ପ୍ରତ୍ୟେକ ପରିବାରରେ ୧୨ ହଜାର ଟଙ୍କା ବ୍ୟୟରେ ଶୌଚାଳୟ ନିର୍ମିତ ହେଲା । ପରେ ଗାଁ ମୁଣ୍ଡରେ ବାହ୍ୟମଳ ମୁକ୍ତ ବୋର୍ଡ ମଧ୍ୟ ଲଗାଇ ଦିଆଗଲା ।

ସ୍ବଚ୍ଛ ଭାରତ ମିଶନରେ ଦୁର୍ନୀତି: ଲୋକଙ୍କ କାମରେ ଆସୁନି ଘରୋଇ ଶୌଚାଳୟ

ହେଲେ ପ୍ରକୃତ ତଥ୍ୟ କିଛି ଅଲଗା କଥା କହୁଛି । ପ୍ରଶାସନ ପକ୍ଷରୁ ଅତି ନିମ୍ନମାନର ଶୌଚାଳୟ ତିଆରି ହୋଇଥିବାରୁ ଗୋଟିଏ ମଧ୍ୟ ବ୍ୟବହାର ହୋଇ ପାରୁନାହିଁ । ଫଳରେ ଭାଙ୍ଗିରୁଜି ଗଲାଣି ସ୍ବଚ୍ଛ ଭାରତ ମିଶନର ଏହି ଶୌଚାଳୟ । ବର୍ତ୍ତମାନ ଏହି ଶୌଚାଳୟରେ ଲୋକେ କାଠଜାଳ ରଖୁଥିବା ନଜର ଆସିଛି ।

ଖାଲି ସେତିକି ନୁହେଁ, ଏହି ମିଶନରେ ଅର୍ଥ ହରିଲୁଟ୍‌ କରାଯାଇଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତିଙ୍କ ନାମରେ ଶୌଚାଳୟ ବିଲ୍‌ କରାଯାଇଛି । କେତେକ ସ୍ଥାନରେ ଜଣେ ହିତାଧିକାରୀଙ୍କ ନାମରେ ଏକାଧିକ ଶୌଚାଳୟ ବିଲ୍‌ ମଧ୍ୟ କରାଯାଇଛି । ଏହା ପୂର୍ବରୁ ମଧ୍ୟ ସ୍ବଚ୍ଛ ଭାରତ ମିଶନରେ ବଲାଙ୍ଗୀର ଜିଲ୍ଲା ଫେଲ୍‌ ମାରିବା ପ୍ରମାଣ ରହିଛି ।

୨୦୧୭ ସ୍ବଚ୍ଛ ଭାରତ ମିଶନ ରାଙ୍କ୍‌ରେ ସର୍ବଶେଷ ୬୬୦ତମ ସ୍ଥାନରେ ରହିଥିଲା ବଲାଙ୍ଗୀର । ଏନେଇ ଜିଲ୍ଲା ପ୍ରଶାସନକୁ ସରକାରଙ୍କ ପକ୍ଷରୁ ଜବାବ ତଲବ ମଧ୍ୟ କରାଯାଇଥିଲା । ପରବର୍ତ୍ତୀ ସମୟରେ ପ୍ରତି ବ୍ଲକ୍‌ରେ ୨୦ ହଜାର ହିସାବରେ ୪ ଲକ୍ଷ ଶୌଚାଳୟ ନିର୍ମାଣ କରିବାକୁ ଅନୁଦାନ ମିଳିଥିଲା । ୮୦ ପ୍ରତିଶତ କାମ ମଧ୍ୟ ଶେଷ ହେଲାଣି । ବଲାଙ୍ଗୀରର ୧୪ଟି ବ୍ଲକ୍‌ରୁ ଅର୍ଦ୍ଧାଧିକ ବ୍ଲକ୍‌ ବାହ୍ୟମଳ ମୁକ୍ତ ଗ୍ରାମ ଭାବରେ ପରିଗଣିତ ହେଉଛି । ଏହାସତ୍ତ୍ବେ ଲୋକେ ପ୍ରଶାସନ ପକ୍ଷରୁ ନିର୍ମିତ ଶୌଚାଳୟ ବ୍ୟବହାର କରୁନାହାନ୍ତି ।

ବଲାଙ୍ଗୀର ଜିଲ୍ଲାର ଅଧିକାଂଶ ବ୍ଲକ୍‌ରେ ସ୍ବଚ୍ଛ ଭାରତ ମଶନକୁ ନେଇ ଦୁର୍ନୀତି ଚରମ ସୀମାରେ ରହିଛି । ଏହାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ତଦନ୍ତ କରାଯିବ ବୋଲି କହିଛନ୍ତି ପ୍ରଶାସନିକ ଅଧିକାରୀ ।

ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details