ଓଡିଶା

odisha

ସୁଲିଆ ଯାତ୍ରା; ଏକାଠି ହୁଅନ୍ତି ପଶ୍ଚିମ ଓଡିଶାର ସବୁ ଆଦିବାସୀ

By

Published : Jan 1, 2020, 11:37 PM IST

ଆଦିବାସୀ ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲାରେ ଆଦିବାସୀଙ୍କ ଅନେକ ପର୍ବ ପର୍ବାଣୀ ମଧ୍ୟରେ ଶୁଳିଆ ମହୋତ୍ସବ ସବୁଠୁ ଭିନ୍ନ ଓ ବଡ଼ ପର୍ବ ଆକାରରେ ପାଳନ ହୋଇଥାଏ। ଅଧିକ ଖବର ପଢନ୍ତୁ...

ସୁଲିଆ ଯାତ୍ରା ; ଏକାଠି ହୁଅନ୍ତି ପଶ୍ଚିମ ଓଡିଶାର ସବୁ ଆଦିବାସୀ
ସୁଲିଆ ଯାତ୍ରା ; ଏକାଠି ହୁଅନ୍ତି ପଶ୍ଚିମ ଓଡିଶାର ସବୁ ଆଦିବାସୀ

ବଲାଙ୍ଗୀର: ଆଦିବାସୀ ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲାରେ ଆଦିବାସୀଙ୍କ ଅନେକ ପର୍ବ ପର୍ବାଣୀ ମଧ୍ୟରେ ଶୁଳିଆ ମହୋତ୍ସବ ସବୁଠୁ ଭିନ୍ନ ଓ ବଡ଼ ପର୍ବ ଆକାରରେ ପାଳନ ହୋଇଥାଏ। ଯେଉଁଥିରେ ସାରା ପଶ୍ଚିମ ଓଡିଶାର ଆଦିବାସୀ ଏକାଠି ହୋଇଥାନ୍ତି। ରୀତି ନୀତି ପରମ୍ପରା ଅନୁସାରେ ଏହି ପର୍ବ ମିଳିତ ଭାବରେ ପାଳନ କରିଥାନ୍ତି।

ଜିଲ୍ଲାର ତୁସୁରା ଥାନା କୂଳତାପଡା ଗ୍ରାମର ମୁଖ୍ୟ ଶୁଳିଆ ପୀଠ ଖଇରଗୁଡା ଠାରେ ସବୁ ବର୍ଷ ପୌଷ ମାସ ମଙ୍ଗଳବାର ଦିନ ଶୁଳିଆ ଯାତ୍ରା ପାଳନ ହୋଇଥାଏ । ଆଦିବାସୀଙ୍କ ପୂର୍ବପୁରୁଷ ଶୁଳିଆ ବୁଢାଙ୍କୁ ସ୍ମରଣ କରି ଆଦିବାସୀ ନିଜ ଢଙ୍ଗରେ ପୂଜାର୍ଚ୍ଚନା କରିଥାନ୍ତି। ପ୍ରଥମେ ଗାଁ ମଧ୍ୟରୁ ପୂଜା ସାମଗ୍ରୀ ଭବ୍ୟ ସମାରୋହରେ ବିଭିନ୍ନ ବାଦ୍ୟର ତାଳେ ତାଳେ ମୁଖ୍ୟ ଶୁଳିଆ ପୀଠକୁ ନିଆଯାଏ। ସେଠାରେ ଥିବା ଆଦିବାସୀ ପୂଜକ ବା ଦେହୁରୀ ପୂଜାର୍ଚ୍ଚନା କରିବା ପରେ ଶୁଳିଆ ବୁଢା ପ୍ରକଟ ହୋଇଥାନ୍ତି। ଆଉ ତାଙ୍କ ଆଦେଶ ମୁତାବକ ନଡ଼ିଆ, ଧୂପ ଦୀପ ଓ ପଶୁ ବଳି ଦେଇ ତାଙ୍କ ପୂଜା କରାଯାଇଥାଏ।

ସୁଲିଆ ଯାତ୍ରା ; ଏକାଠି ହୁଅନ୍ତି ପଶ୍ଚିମ ଓଡିଶାର ସବୁ ଆଦିବାସୀ

ଆବାହମାନ କାଳରୁ ଆଦିବାସୀ ଏହି ଯାତ୍ରା ଧୁମଧାମରେ ପାଳନ କରି ଆସୁଛନ୍ତି । ହେଲେ ଜିଲ୍ଲାର ମୋଟ ପାଞ୍ଚଟି ସ୍ଥାନ ମଧ୍ୟରୁ ଖଇରଗୁଡାରେ ବେଶ ଭିଡ଼ ଜମିଥାଏ । ପୀଠରେ ଭକ୍ତ ନିଜ ମନୋସ୍କାମନା ପୂରଣ କରିବାକୁ ବିଭିନ୍ନ ନୈବେଦ୍ୟ ସହ ପଶୁ ବଳି ସମର୍ପଣ କରିଥାନ୍ତି। ବିଶ୍ବାସ ରଖି ପଶ୍ଚିମ ଓଡ଼ିଶାର ଆଦିବାସୀ ଏଠାରେ ଏକାଠି ହେଉଥିବା ବେଳେ ବଡ ହାଟ ମଧ୍ୟ ଏହି ପର୍ବର ଆହୁରି ଗୁରୁତ୍ବ ବହନ କରିଥାଏ। ସବୁ ପ୍ରକାର ସାମଗ୍ରୀ ମିଳୁଥିବାରୁ ଏହି ହାଟରେ ନାହିଁନଥିବା ଭିଡ ଦେଖିବାକୁ ମିଳିଥାଏ। ଆଦିବାସୀଙ୍କୁ ଆଜି ପଛୁଆ କୁହାଯାଉଥିଲେ ସୁଧା ସେମାନଙ୍କର ଏକତା ଓ ବିଶ୍ବାସ ଏକ ଉଦାହରଣ। ଯାହା ଏହି ଶୁଳିଆ ପର୍ବ ପ୍ରମାଣିତ କରିଛି।

ବଲାଙ୍ଗୀରରୁ ଏସ.କେ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details