ବଲାଙ୍ଗୀର: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ଦୁଇ ଦିନ ଧରି ଉତ୍ସବମୁଖର ହୋଇଥିଲା ବଲାଙ୍ଗୀର । ଏହି ଅବସରରେ ବଲାଙ୍ଗୀର ସ୍ବେଚ୍ଛାସେବୀ ସଙ୍ଗଠନ ବିଙ୍ଗ ହ୍ୟୁମାନ(Being Human) ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଗାଁ ମାଟି ଛାଡି ଅନ୍ୟତ୍ର ରହୁଥିବା ଲୋୟର ସୁକତେଲ ବିସ୍ଥାପିତ ଗାଁ ଲୋକଙ୍କୁ ଏକାଠି କରି ନୂଆ ଖୁଆଇଲା ସ୍ବେଚ୍ଛାସେବୀ ସଙ୍ଗଠନ ।
ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ଦୁଇ ଦିନ ଧରି ଉତ୍ସବମୁଖର ହୋଇଥିଲା ବଲାଙ୍ଗୀର । ସବୁ ବର୍ଗର ଲୋକେ ଏକାଠି ନୂଆଖାଇ ପାଳନ କରିଛନ୍ତି । ହେଲେ ଲୋୟର ସୁକତେଲ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଗାଁ ଲୋକେ ନିଜ ଗାଁ ମାଟି ଛାଡି ଅନ୍ୟତ୍ର ରହୁଥିବାରୁ ନୂଆଖାଇ ନେଇ ସେମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଥିଲା । କେଉଁଠି ନୂଆଖାଇ ଉତ୍ସବ ପାଳନ କରିବେ ସେନେଇ ଚିନ୍ତାରେ ଥିଲେ ବିସ୍ଥାପିତ ଲୋକେ । ତେବେ ଏନେଇ ସେମାନଙ୍କୁ ସାହାଯ୍ୟ କରିଛନ୍ତି ବିଙ୍ଗ ହ୍ୟୁମାନ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ।
ସୁକତେଲ ପ୍ରକଳ୍ପ ପାଇଁ ଭିଟା ମାଟି ଛାଡି ଅନ୍ୟତ୍ର ରହୁଥିବା ଏହି ବିସ୍ଥାପିତଙ୍କୁ ଏକାଠି କରି ସେମାନଙ୍କ ସହ ନୂଆଖାଇ ପାଳନ କରିଛନ୍ତି ବିଙ୍ଗ ହ୍ୟୁମାନ ସ୍ବେଚ୍ଛାସେବୀ ସଂଗଠନ । 4ଟି ଗ୍ରାମର ପାଖାପାଖି 1500 ଲୋକେ ଏକାଠି ହୋଇ ନୂଆ ଖାଇବା ସହ ନୂଆ ଖାଇ ପାଳନ କରିଥିଲେ । ଆଉ ମଧ୍ୟ ନୂଆଖାଇ ନେଇ ଏକ ଭେଟଘାଟ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି ଓ ବିସ୍ଥାପିତମାନଙ୍କୁ ସେହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନୁରୋଧ କରାଯାଇଛି ।