ଓଡିଶା

odisha

ETV Bharat / state

ବଲାଙ୍ଗୀରରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟାବସ୍ଥା - medical

ବଲାଙ୍ଗିର ଜିଲ୍ଲାରେ ଅବ୍ୟବସ୍ଥା ଭିତରେ ଚାଲିଛି ସ୍ବାସ୍ଥ୍ୟ ସେବା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର

By

Published : Jul 8, 2019, 7:58 PM IST

ବଲାଙ୍ଗିର: ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡିଛି ସ୍ଥାସ୍ଥ୍ୟ ସେବା । ଅବ୍ୟବସ୍ଥା ଭିତରେ ଚାଲିଛି ସମସ୍ତ ଡାକ୍ତରଖାନା । ଜିଲ୍ଲାରେ ଉପଯୁକ୍ତ ମାତ୍ରାରେ ଡାକ୍ତରଖାନା ଥିଲେ ମଧ୍ୟ ଡାକ୍ତରଙ୍କ ଘୋର ଅଭାବ ରହିଛି । ସେହିପରି ଡାକ୍ତର ଖାନା ଗୁଡିକରେ ନର୍ସ,ଲ୍ୟାବ କର୍ମଚାରୀଙ୍କ ମଧ୍ୟ ଅଭାବ ରହିଛି । ଫଳରେ ଲୋକେ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଯେଉଁଥିପାଇଁ ବାଧ୍ୟ ହୋଇ ଜିଲ୍ଲା ତଥା ରାଜ୍ୟ ବାହାରକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ସେହିପରି ବଲାଙ୍ଗୀରରେ ମେଡିକାଲ କଲେଜ ମଧ୍ୟ କାମ କରୁଛି ହେଲେ ଅବସ୍ଥା ଯଥା ପୂର୍ବଂ ତଥା ପରଂ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର

ତେବେ ବଲାଙ୍ଗୀରରେ ଗୋଟିଏ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଦୁଇଟି ସବ ଡିଭିଜନସ୍ଥରୀୟ ଡାକ୍ତରଖାନା, 42 ଗୋଟି ସିଏଚସି ତଥା ପିଏଚସି ଓ ଦୁଇଟି ଅନୁଦାନ ପ୍ରାପ୍ତ ଡାକ୍ତରଖାନା ରହିଛି । ତେବେ ଏସବୁ ଡାକ୍ତରଖାନା ପାଇଁ ମୋଟ 261 ଡାକ୍ତର ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର 160 ଜଣ ଡାକ୍ତର । ସେହିପରି ଲ୍ୟାବ କର୍ମଚାରୀ 42 ଦରକାର ଥିବା ବେଳେ ଅଛନ୍ତି 26 ଜଣ, ଷ୍ଟାପ ନର୍ସ ମୋଟ 80 ଦରକାର ଥିବା ବେଳେ ଅଛନ୍ତି 71 ଜଣ । ସମାନ ଭାବରେ ସ୍ବାସ୍ଥ୍ୟକର୍ମୀ ମୋଟ 437 ଦରକାର ଥିବା ବେଳେ ଅଛନ୍ତି 364 ଜଣ ।

ନିକଟରେ ନିଜେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବଲାଙ୍ଗିର ଗସ୍ତ କରି ଏସବୁର ଅନୁଧ୍ୟାନ କରିଛନ୍ତି । ଏବଂ ଦୁଇ ବର୍ଷ ମଧ୍ୟରେ ସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ଆସିବ ବୋଲି ମନ୍ତ୍ରୀ କହିଛନ୍ତି ।

ବଲାଙ୍ଗିରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details