ବଲାଙ୍ଗୀର: ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତ। ପରୀକ୍ଷା ଖାତା ଦେଖାରେ ତ୍ରୁଟି ଓ କମ ମାର୍କ ଦିଆ ଯାଇଥିବାର ଅଭିଯୋଗରେ ତାତିଲେ ଛାତ୍ରଛାତ୍ରୀ। ଭାଇସ ଚାନ୍ସଲରଙ୍କ କାର୍ଯ୍ୟାଳୟ ଘେରାଉ କରି ଧାରଣାରେ ବସିଲେ ଛାତ୍ରଛାତ୍ରୀ। ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଡିଗ୍ରୀ କଲେଜର ଛାତ୍ରଛାତ୍ରୀ ଏହି ଅଭିଯୋଗ ଆଣିଛନ୍ତି।
ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଆଗରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ। ଛାତ୍ରଛାତ୍ରୀ କରିଥିବା ଦାବି ମୁତାବକ ସେମାନେ ନିୟମିତ କଲେଜ ଯାଉଛନ୍ତି, ପରୀକ୍ଷା ଦେଉଛନ୍ତି କିନ୍ତୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧିକାରୀ ତାଙ୍କୁ କମ ମାର୍କ ଦେବା ସହ ଅନେକ ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ଫେଲ କରାଇଛନ୍ତି। ଏହି ଘଟଣା ବାରମ୍ବାର ଘଟୁଥିବା ବେଳେ ସେମାନେ ଅଭିଯୋଗ କଲେ କେହି ଶୁଣୁ ନଥିବାର କହିଛନ୍ତି। ଏହାସହ ସେମାନେ ଓଡି଼ଆ ମିଡିୟମର ହୋଇଥିବାରୁ ଇଂରାଜୀରେ ଦେଉଥୁବା ପରୀକ୍ଷାକୁ ଓଡ଼ିଆ ଭାଷାରେ ଦେବା ପାଇଁ ଦାବି କରିଛନ୍ତି। ସେପଟେ ଛାତ୍ରଛାତ୍ରୀମାନେ ଗରିବ ଘରୁ ଆସିଥିବା ବେଳେ ବାରମ୍ବାର ପରୀକ୍ଷା ପାଇଁ ଫର୍ମ ପୂରଣ ଟଙ୍କା ଦେବା ସେମାନଙ୍କ ପକ୍ଷେ ସମ୍ଭବ ହେଉ ନଥିବାର ଅଭିଯୋଗ କରିଛନ୍ତି। ତେଣୁ ଶୀଘ୍ର ସେମାନଙ୍କ ସମସ୍ୟାର ସମାଧାନ ନହେବା ଯାଏଁ ଏମିତି ଆନ୍ଦୋଳନ କରିବେ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।
ଏହା ମଧ୍ୟ ପଢ଼ନ୍ତୁ.....RHT ମେନ୍ ପରୀକ୍ଷା ଦାବିରେ OSSC କାର୍ଯ୍ୟାଳୟ ଆଗରେ ଆଶାୟୀ ପରୀକ୍ଷାର୍ଥୀଙ୍କ ଧାରଣା