ବଲାଙ୍ଗୀର: ଦୁର୍ଘଟଣାରେ କଲେଜ୍ ଛାତ୍ରୀଙ୍କ ମୃତ୍ୟୁ ପରେ ଆଜି କ୍ଷତିପୂରଣ ଦାବିରେ ଆଜି ରାଜରାସ୍ତାକୁ ଓହ୍ଲାଇଲେ ଅସନ୍ତୁଷ୍ଟ ଛାତ୍ରଛାତ୍ରରୀ । ଏମାନେ ମୃତ ଛାତ୍ରୀଙ୍କ ପରିବାରବର୍ଗକୁ କ୍ଷତିପୂରଣ ପାଇଁ ଦାବି କରିଛନ୍ତି । ସେହିପରି ସବୁ ସ୍କୁଲ କଲେଜ ସମ୍ମୁଖରେ ରାସ୍ତାରେ ସ୍ପିଡ ବ୍ରେକର ବ୍ୟବସ୍ଥା ସାଙ୍ଗକୁ ନିକଟରେ ମଦ ନିଶା ଦ୍ରବ୍ୟ ବିକ୍ରି ବନ୍ଦ କରିବାକୁ ଦାବି କରିଛନ୍ତି । ଆଜି(ଗୁରୁବାର) ବଲାଙ୍ଗୀର ପାଟଣାଗଡ଼ରେ ଆଜି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଦେଖିବାକୁ ମିଳିଥିଲା । ଯେଉଁଥିରେ ଏଠିକାର ବିଭିନ୍ନ କଲେଜର ଶହଶହ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଥିଲେ । ତେବେ ନିଜ ସହପାଠୀକୁ ଏକ ଦୁର୍ଘଟଣାରେ ହରାଇବା ପରେ ପ୍ରଶାସନିକ ବ୍ୟବସ୍ଥା ବିରୋଧରେ ଏହି ଆନ୍ଦୋଳନ କରିଥିଲେ ।
ଗତ ସେପ୍ଟେମ୍ବର ୧ ତାରିଖରେ ପାଟଣାଗଡ଼ ଜବାହର କଲେଜର ଛାତ୍ରୀଙ୍କୁ କଲେଜ୍ ସମ୍ମୁଖରେ ଏକ ମିନିଟ୍ରକ ଧକ୍କା ଦେବା ସହ ତାଙ୍କ ଉପରେ ଚଢ଼ି ଯାଇଥିଲା । ଯାହାଫଳରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ମୃତ ଛାତ୍ରୀ ଜଣକ ବଲାଙ୍ଗୀର ପୁଇନ୍ତଳା ବ୍ଲକ ସିରାବାହଲ ଗ୍ରାମର ସ୍ମିତା ଶୁଭଦର୍ଶିନୀ ପଧାନ । ସେ ପ୍ରତ୍ୟେକ ଦିନ ସାଇଲକରେ କଲେଜ ଯିବା ଆସିବା କରୁଥିଲେ । ଗତ ସେପ୍ଟେମ୍ବର ୧ ତାରିଖରେ ଛାତ୍ରୀ ଜଣକ କଲେଜ ଯିବା ସମୟରେ କଲେଜ୍ ସମ୍ମୁଖରେ ପଛ ପଟୁ ଏକ ଦୃତଗାମୀ ମିନିଟ୍ରକ ତାଙ୍କୁ ଧକ୍କା ଦେବା ସହ ଚାପି ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍କୁ ନିଆଯାଇଥିବା ବେଳେ ଛାତ୍ରୀ ଜଣକ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ।