ବଲାଙ୍ଗୀର:ଜିଲ୍ଲାରେ 19ତମ ରାଜ୍ୟ ସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ବା ମିଷ୍ଟର ଓ ମିସ୍ ଓଡ଼ିଶା ପ୍ରତିଯୋଗିତା ଆୟୋଜିତ ହୋଇଛି । ଏହି ପ୍ରତିଯୋଗିତାରେ ଭୁବନେଶ୍ବରର ବିଚିତ୍ର ନାୟକ ମିଷ୍ଟର ଓଡ଼ିଶା ଭାବରେ ବିବେଚିତ ହୋଇଥିବା ବେଳେ ଭୁବନେଶ୍ବରର ଶିବାନୀ ଦାସ ପ୍ରଥମ ମିସ୍ ଓଡ଼ିଶା ମୁକୁଟ ପିନ୍ଧିଛନ୍ତି । ବଲାଙ୍ଗୀରର କୋଶଳ କଳା ମଣ୍ଡପରେ ଦୁଇ ଦିନ ଧରି ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।
ଏହି ପ୍ରତିଯୋଗିତାରେ ଉଭୟ ମହିଳା ଓ ପୁରୁଷ ବିଭାଗରେ ରାଜ୍ୟର 250 ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ମିସ୍ ଓଡ଼ିଶାର ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନରେ ଝାରସୁଗୁଡ଼ାର ବିଦ୍ୟା ସଲବେ ରହିଥିଲେ । ସେହିଭଳି ତୃତୀୟ ସ୍ଥାନରେ ଭୁବନେଶ୍ବରର ପ୍ରିୟଙ୍କା ଦାସ ରହିଥିଲେ । ସେହିପରି ମିଷ୍ଟର ଓଡ଼ିଶା ପ୍ରତିଯୋଗିତାରେ ବଲାଙ୍ଗୀରର ପ୍ରଶାନ୍ତ ଦାସ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ରାମ ଖର୍ସେଲ, ଓ ସଂଗ୍ରାମ ମଣ୍ଡେ ଯୁଗ୍ମ ଭାବରେ ତୃତୀୟ ସ୍ଥାନରେ ରହିଛନ୍ତି ।