ଓଡିଶା

odisha

ETV Bharat / state

ଚାଷୀ ଜୀବନ ହାରିବା ଘଟଣା, ବଲାଙ୍ଗୀରରେ ବିଜେପିର ତଥ୍ୟ ଅନୁସନ୍ଧାନକାରୀ ଟିମ୍ - farmer dies by suicide

ବଲାଙ୍ଗୀର ଗସ୍ତରେ ରାଜ୍ୟ ବିଜେପି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ । ଚାଷୀ ଜୀବନ ହାରିବା ପଛରେ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛି ଦଳ । ଅଧିକ ପଢନ୍ତୁ

state bjp fact finding team in balangir
ବଲାଙ୍ଗୀରରେ ବିଜେପିର ତଥ୍ୟ ଅନୁସନ୍ଧାନକାରୀ ଟିମ୍

By ETV Bharat Odisha Team

Published : Nov 17, 2023, 9:12 PM IST

ବଲାଙ୍ଗୀରରେ ବିଜେପିର ତଥ୍ୟ ଅନୁସନ୍ଧାନକାରୀ ଟିମ୍

ବଲାଙ୍ଗୀର:ଚାଷୀ ଜୀବନ ହାରିବା ଘଟଣା । ବଲାଙ୍ଗୀର ଗସ୍ତରେ ବିଜେପି ରାଜ୍ୟ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ । ମୃତ ଚାଷୀଙ୍କ ଗାଁକୁ ଯାଇ ତଥ୍ୟ ସଂଗ୍ରହ କରିଛି ତଥ୍ୟ ଅନୁସନ୍ଧାନକାରୀ ଟିମ୍ । ତେବେ ଚାଷୀ ମୃତ୍ୟୁ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ବିଜେପି । ଚକଡ଼ା ପୋକ ଯୋଗୁଁ ଚାଷ ନଷ୍ଟ ଓ ପରେ ଚାଷୀ ଜୀବନ ହାରିବା ନେଇ ଅଭିଯୋଗ ପରେ ଆଜି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ବଲାଙ୍ଗୀର ଗସ୍ତରେ ଆସିଥିଲେ । ମୃତକଙ୍କ ପରିବାରକୁ ଭେଟିବା ସହ ତାଙ୍କର ଚାଷ ଜମି ଯାଇ ବୁଲି ଦେଖିଛନ୍ତି । ତେବେ ଚାଷୀ ମୃତ୍ୟୁ ପାଇଁ ରାଜ୍ୟ ସରକାର ଦାୟୀ ବୋଲି ଅଭିଯୋଗ କରିବା ସହ ଶୀଘ୍ର ଚାଷୀଙ୍କ ପରିବାରକୁ କ୍ଷତି ପୂରଣ ଯୋଗାଇ ଦେବାକୁ ବିଜେପି ଦାବି କରିଛି ।

ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ମହାନ୍ତି କହିଛନ୍ତି, ମୃତ ଚାଷୀ ରମେଶ ଭୋଇ ନିଜର 10 ଏକର ଜମିରେ ଧାନ ଚାଷ କରିଥିଲେ । ହେଲେ ଚକଡ଼ା ପୋକ ଯୋଗୁଁ ତାହା ନଷ୍ଟ ହୋଇଛି । ସେ ୩ ଥର କୀଟନାଶକ ବ୍ୟବହାର କରି ମଧ୍ୟ କୌଣସି ସୁଫଳ ନ ପାଇବା ପରେ ଋଣ ଚିନ୍ତାରେ ଜୀବନ ହାରିଛନ୍ତି । ଏହି ଘଟଣାକୁ ୩ ଦିନ ବିତିଥିଲେ ସୁଦ୍ଧା ସରକାର ଚୁପ ବସିବା ନିନ୍ଦନୀୟ । ମୃତକଙ୍କ ପରିବାରକୁ ସରକାର ଶୀଘ୍ର ୨ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇ ଦିଅନ୍ତୁ । ସେହିପରି ଜିଲ୍ଲା ରେଡ କ୍ରସ ପକ୍ଷରୁ ମଧ୍ୟ ତୁରନ୍ତ ତାଙ୍କୁ କ୍ଷତି ପୂରଣ ଯୋଗାଇ ଦିଆଯାଉ । ନହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ ।"


ସେପଟେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି, "ଆଜିବି ଏଠାରେ ଜଳସେଚନ ପାଇଁ ଆତ୍ମହତ୍ୟା କରୁଛନ୍ତି । ସାରା ଭାରତରେ ଏହାର ହାର 12 ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହାର ହାର 12.7 ସାତ ରହିଛି । ସରକାର କୌଣସି ପଦକ୍ଷେପ ନନେବାରୁ ଏଭଳି ସ୍ଥିତି ଉପୁଜିଛି ।"

ଏହା ବି ପଢନ୍ତୁ...ସହି ପାରିଲେନି ଚକଡ଼ା ଚଡ଼କ, ହତାଶ ହୋଇ ଜୀବନ ହାରିଲେ ଚାଷୀ

ସୂଚନା ଅନୁସାରେ, ବୁବେଳ ଗ୍ରାମର ଚାଷୀ ରମେଶ ଭୋଇ ନିଜ ୧୦ ଏକର ଜମିରେ ଧାନ ଚାଷ କରିଥିଲେ । ଚକଡ଼ା ପୋକ ଯୋଗୁଁ ତାଙ୍କର 5 ଏକର ଜମିର ଫସଲ ନଷ୍ଟ ହୋଇଥିଲା । ଯାହା ପରେ ଗତ 14 ତାରିଖରେ ସେ ନିଜ ବିଲରେ ଜୀବନ ହାରିଥିଲେ । ଗତ 15 ତାରିଖରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଚାଷ ନଷ୍ଟ ଓ ଋଣ ବୋଝ ପାଇଁ ସେ ଜୀବନ ହାରିଥିବା ନେଇ ତାଙ୍କ ପରିବାରଲୋକେ ଅଭିଯୋଗ ଆଣିଥିଲେ । ତେବେ ଏହି ମାମଲାକୁ ନେଇ ପ୍ରଶାସନ ତଦନ୍ତ ଜାରି ରଖିଥିବା ବେଲେ ଆଜି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ବଲାଙ୍ଗୀର ଗସ୍ତରେ ଆସିଥିଲେ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details