ଓଡିଶା

odisha

By

Published : Jul 1, 2022, 8:14 PM IST

ETV Bharat / state

ନୂଆ ବସ୍ ଷ୍ଟାଣ୍ଡରୁ ଗଡିଲା ଘରୋଇ ବସ୍

ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ବଲାଙ୍ଗୀର ଘରୋଇ ବସ ମାଲିକ ସଂଘ ମଧ୍ୟରେ ତୁଟିଛି ବିବାଦ। ଆଜିଠୁ ନୂଆ ବସ ଷ୍ଟାଣ୍ଡରୁ ଗଡିଲା ଘରୋଇ ବସ୍। ଅଧିକ ପଢନ୍ତୁ

Starting private buses from the new bus stand
ନୂଆ ବସ୍ ଷ୍ଟାଣ୍ଡରୁ ଗଡିଲା ଘରୋଇ ବସ୍

ବଲାଙ୍ଗିର:ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ଘରୋଇ ବସ ମାଲିକ ସଂଘ ମଧ୍ୟରେ ତୁଟିଛି ବିବାଦ। ଆଜି ଠାରୁ ନୂଆ ବସ ଷ୍ଟାଣ୍ଡରୁ ଗଡିଲା ଘରୋଇ ବସ୍। ତେବେ ବଲାଙ୍ଗୀର ସହର ମଧ୍ୟରେ ଥିବା ଘରୋଇ ବସ ଷ୍ଟାଣ୍ଡ ଯୋଗୁଁ ସହର ମଧ୍ୟରେ ଟ୍ରାଫିକ ସମସ୍ୟା ସହ ଦୁର୍ଘଟଣା ଘଟି ଆସୁଥିଲା। ଯାହା ପାଇଁ ବସ ଷ୍ଟାଣ୍ଡ ସ୍ଥାନାନ୍ତରଣ କରିବା ପାଇଁ ଦାବି ହୋଇଥିଲା। ତେବେ ରାଜ୍ୟ ସରକାର ପଦକ୍ଷେପ ନେଇ ଆର ଟି ଓ କାର୍ଯ୍ୟଳୟ ପାଖରେ ନୂଆ ବସ ଟର୍ମିନାଲ୍ ତିଆରି ହୋଇଥିଲା।

ନୂଆ ବସ୍ ଷ୍ଟାଣ୍ଡରୁ ଗଡିଲା ଘରୋଇ ବସ୍

ତେବେ ଉଦଘାଟନ ହେବାର 9 ମାସ ପରେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇ ପାରୁ ନ ଥିଲା। ସେହିପରି ବସଷ୍ଟାଣ୍ଡରେ ଯାତ୍ରୀ ଓ ବସ କର୍ମକର୍ତ୍ତାଙ୍କ ପାଇଁ ଆନୁସଙ୍ଗିକ ସୁବିଧା ନ ଥିବାରୁ ଘରୋଇ ବସ ମାଲିକ ସଂଘ ସ୍ଥାନାନ୍ତରଣକୁ ବିରୋଧ କରୁଥିଲା। ହେଲେ ଏହି ସମସ୍ୟା ଏବେ ସମାଧାନ ହୋଇଥିବା ବେଳେ ଆଜି ଠାରୁ ସମସ୍ତ ଘରୋଇ ବସ ଏହିଠାରୁ ଗଡ଼ିବା ଆରମ୍ଭ କରିଛି। ଯାହାର ଉଦଘାଟନ ଉତ୍ସବରେ ବଲାଙ୍ଗୀର ଜିଲ୍ଲାପାଳ, ବଲାଙ୍ଗୀର ପୌରଧକ୍ଷା ଲୀଳା ସାହୁ, ବିଜେଡି ଯୁବ ନେତା ଅର୍କେଶ ନାରାୟଣ ସିଂହ ଦେଓ ପ୍ରମୁଖ ଉପସ୍ଥିତ ଥିଲେ।

ABOUT THE AUTHOR

...view details