ଓଡିଶା

odisha

ETV Bharat / state

ବଲାଙ୍ଗୀର ତହସିଲରେ ଷ୍ଟାମ୍ପ ପେପର କଳାବଜାରୀ, ଅଭିଯୋଗ ଆଣିଲେ ସ୍ଥାନୀୟ ବାସିନ୍ଦା - ବଲାଙ୍ଗୀର ତହସିଲ ଅଫିସ

ବଲାଙ୍ଗୀର ତହସିଲକୁ ଦୈନିକ ଶତାଧିକ ଲୋକ ବିଭିନ୍ନ କୋର୍ଟ କାମ ପାଇଁ ଆସି ଥାଆନ୍ତି । ଏଠି ସତ୍ୟ ପାଠ, ଜମି ରେଜିଷ୍ଟ୍ରସନ ପାଇଁ ଦରକାର ପଡ଼ୁଥିବା ଷ୍ଟାମ୍ପ ପେପର କିଣି ଥାଆନ୍ତି । ତେବେ ଏହି ଷ୍ଟାମ୍ପ ପେପର ଏବେ ଏଠି ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକରେ ବିକ୍ରି କରୁଥିବା ବେଳେ ଅନ୍ୟ ଉପାୟ ନପାଇ ଲୋକ ତାକୁ ଦଶ ଟଙ୍କା ବଦଳରେ 30 ଟଙ୍କା ଦେଇ କିଣୁଥିବା କହିଛନ୍ତି ।

stamp paper corruption at balangir
stamp paper corruption at balangir

By

Published : Oct 9, 2020, 1:30 PM IST

ବଲାଙ୍ଗୀର: ତହସିଲରେ ଖୁଲମଖୋଲା ଓ ବେଧଡକ ଭାବରେ ଷ୍ଟାମ୍ପ ପେପର କଳାବଜାରୀ ହେଉଥିବାର ହୋଇଛି ଅଭିଯୋଗ । ବଲାଙ୍ଗୀର ତହସିଲକୁ ଦୈନିକ ଶତାଧିକ ଲୋକ ବିଭିନ୍ନ କୋର୍ଟ କାମ ପାଇଁ ଆସି ଥାଆନ୍ତି । ଏବଂ ଏଠି ସତ୍ୟ ପାଠ, ଜମି ରେଜିଷ୍ଟ୍ରସନ ପାଇଁ ଦରକାର ପଡ଼ୁଥିବା ଷ୍ଟାମ୍ପ ପେପର କିଣି ଥାଆନ୍ତି । ତେବେ ଏହି ଷ୍ଟାମ୍ପ ପେପର ଏବେ ଏଠି ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକରେ ବିକ୍ରି କରୁଥିବା ବେଳେ ଅନ୍ୟ ଉପାୟ ନପାଇ ଲୋକ ତାକୁ ଦଶ ଟଙ୍କା ବଦଳରେ 30 ଟଙ୍କା ଦେଇ କିଣୁଥିବା କହିଛନ୍ତି ।

ବଲାଙ୍ଗୀର ତହସିଲରେ ଷ୍ଟାମ୍ପ ପେପର କଳାବଜାରୀ ଅଭିଯୋଗ ଆଣିଲେ ସ୍ଥାନୀୟ ବାସିନ୍ଦା

ଏବଂ ଏହି କୋଭିଡ୍‌ ସମୟରେ ଏହି କଳାବଜାରୀ ଉପରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ବଲାଙ୍ଗୀର ତହସିଲ ବଲାଙ୍ଗୀରର 346ଟି ରେଭିନ୍ୟୁ ଗ୍ରାମକୁ ନେଇ ଗଠିତ ହୋଇଥିବା ବେଳେ ଲୋକ ବିଭିନ୍ନ କାମ ପାଇଁ ଏହି କାର୍ଯ୍ୟାଳୟକୁ ଆସି ଥାଆନ୍ତି । ତେବେ ଏଠି ସେମାନେ ଚଢା ଦରରେ ଏହି ଷ୍ଟାମ୍ପ ପେପର କିଣି ନିଜ କାମ କରିବାକୁ ବାଧ୍ୟ ହୋଇଥାନ୍ତି । ସେପଟେ ଏଠି ଦଶ ଜଣ ଷ୍ଟାମ୍ପ ଭେଣ୍ଡରଙ୍କୁ ଷ୍ଟାମ୍ପ ପେପର୍ ବିକ୍ରି ଅନୁମତି ଥିବା ବେଳେ ସେମାନଙ୍କମଧ୍ୟ ରୁ ଅଳ୍ସ କିଛି ଆସି ଏହା ସବୁ ବିକ୍ରି କରୁଛନ୍ତି । ଏବଂ ତାହା ପୁଣି ଅଧିକ ମୂଲ୍ୟରେ । ତେବେ ଏହାର ଅଭିଯୋଗ ହେବା ପରେ ପ୍ରଶାସନ ଏହାର ତଦନ୍ତ ହେବ ବୋଲି କହିଛି ।

ପୂର୍ବରୁ ବଲାଙ୍ଗୀର ତହସିଲ ଦୁର୍ନୀତିର ଗନ୍ତାଘର ବୋଲି ଅଭିଯୋଗ ହେଉଥିବାବେଳେ ଏବେ ଏହି ଷ୍ଟାମ୍ପ ପେପର୍ କଳାବଜାରୀ ସାମନାକୁ ଆସିଛି । ଯାହାର ତଦନ୍ତ ହେବା ନିହାତି ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details