ଓଡିଶା

odisha

ETV Bharat / state

ବଲାଙ୍ଗୀରରେ ଜୋରଧରିଲା ସ୍ବତନ୍ତ୍ର କ୍ୟାନ୍ସର ହସ୍ପିଟାଲ ଦାବି - ବଲାଙ୍ଗୀର

ବଲାଙ୍ଗୀର ଜିଲ୍ଲାରେ ଏବେ ଜୋର ଧରିଛି ସ୍ବତନ୍ତ୍ର କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ଦାବି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା ବଲାଙ୍ଗୀର

By

Published : Sep 21, 2019, 10:30 PM IST

ବଲାଙ୍ଗୀର: ଜିଲ୍ଲାରେ ଏବେ ଜୋର ଧରିଛି ସ୍ବତନ୍ତ୍ର କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ଦାବି । ଏଠାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ଦିନଠାରୁ କ୍ୟାନ୍ସର ପାଇଁ କେବଳ ସାଧାରଣ ଚିକିତ୍ସା ପରାମର୍ଶ କେନ୍ଦ୍ର ଖୋଲାଯାଇଛି । ଦିନକୁ ଦିନ ବୃଦ୍ଧି ପାଉଥିବା ରୋଗୀଙ୍କ ପାଇଁ ଯାହା ଯଥେଷ୍ଟ ନୁହେଁ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା ବଲାଙ୍ଗୀର

ତେବେ ବଲାଙ୍ଗୀରରେ ମେଡିକାଲ କଲେଜ ପ୍ରତିଷ୍ଠା ହେଲା ପରେ ଏଠି କର୍କଟ ରୋଗ ଚିକିତ୍ସା ଓ ପରାମର୍ଶ କ୍ରେନ୍ଦ ଖୋଲାଯାଇଛି । ଯେଉଁଠି ମାତ୍ର 6ଟି ଶଯ୍ୟା ଥିବାବେଳେ ଜଣେ ଡାକ୍ତର ଓ ଜଣେ ନର୍ସ ରହିଛନ୍ତି । ତେବେ ଏହି ଚିକିତ୍ସା କେନ୍ଦ୍ରରେ କେବଳ ସାଧାରଣ ଚିକିତ୍ସା ସାଙ୍ଗକୁ ସପ୍ତାହରେ ଦୁଇ ଦିନ ରୋଗୀମାନଙ୍କୁ କେମୋ ଦିଆଯାଉଛି । ସେହିପରି ଏଠି ଭିତ୍ତିଭୂମିର ଘୋର ଅସୁବିଧା ଥିବା ବେଳେ ରୋଗୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ସବୁ ପ୍ରକାରର କର୍କଟ ରୋଗୀଙ୍କ ପାଇଁ ଏଠି ବିଶେଷ ସୁବିଧା ନାହିଁ । ଯାହା ଫଳରେ ରୋଗୀ ହଇରାଣ ହେବା ସହ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହୋଉଛନ୍ତି ।

ଅନ୍ୟପଟେ ଏସବୁ ସମସ୍ୟାକୁ ନିଜେ ସ୍ବାସ୍ଥ ବିଭାଗ ସ୍ବୀକାର କରିଛି । ଦୁଇ ବର୍ଷ ମଧ୍ୟରେ ଏଠି 615 ଜଣ ରୋଗୀ ଆସିଥିବା ବେଳେ 315 ଜଣକୁ କେମୋ ଦିଅଯାଇଛି ବୋଲି ବିଭାଗ ସୂଚନା ଦେଇଛି । ତେବେ ଏହି ଦାବିରେ ବଲାଙ୍ଗୀର ଜନମୋର୍ଚ୍ଚା ସଂଗଠନ ଆଗକୁ ଆସି ଶନିବାର ବଲାଙ୍ଗୀରରେ କ୍ୟାନ୍ସର ହସ୍ପିଟାଲ ଦାବି କରିଛି । ଏଥିସହ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।

ବଲାଙ୍ଗୀରରୁ ମହମ୍ମହ ୱାହିଦ୍, ଇଟିଭି ଭାରତ

ABOUT THE AUTHOR

...view details