ଓଡିଶା

odisha

ETV Bharat / state

ପାରିବାରିକ କଳହ: ବାପାକୁ ପ୍ରଥମେ କୋଦାଳ ଓ ପରେ ତଣ୍ଟିଚିପି ହତ୍ୟା, ପୁଅ ଗିରଫ - ବାପାଙ୍କୁ ହତ୍ୟା କଲା ପୁଅ

ପୁଅ ତା’ର ବାପାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ଘାଗୁଲି ଗ୍ରାମରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

କୋଦାଳରେ ପିଟି ବାପାଙ୍କୁ ହତ୍ୟା କଲା ପୁଅ
କୋଦାଳରେ ପିଟି ବାପାଙ୍କୁ ହତ୍ୟା କଲା ପୁଅ

By

Published : Nov 11, 2021, 6:52 PM IST

ବଲାଙ୍ଗୀର: ପୁଅ ତା’ର ବାପାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ଘାଗୁଲି ଗ୍ରାମରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଗାଁରେ ରହୁଥିବା ବୈକୁଣ୍ଠ ମାଝୀ ଓ ତାଙ୍କ ପୁଅ ମହେଶ୍ବର ମାଝିଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ତେବେ ଏହାକୁ କେନ୍ଦ୍ର କରି ଆଜି(ଗୁରୁବାର) ବାପା ବୈକୁଣ୍ଠ ମାଝିକୁ ଏକ କୋଦାଳରେ ପ୍ରଥମେ ତା ପୁଅ ମହେଶ୍ବର ଆକ୍ରମଣ କରିଥିଲା । ବାପା ଗୁରୁତର ହୋଇ ତଳେ ପଡ଼ିଯିବା ପରେ ମଧ୍ୟ ପୁଅର ମନ ବୁଝିନଥିଲା । ପରେ ପୁଅ କାଳେ ବାପା ବଞ୍ଚିଯିବ ଭାବି ତାର ତଣ୍ଟି ଚିପି ହତ୍ୟା କରିଛି ।

କୋଦାଳରେ ପିଟି ବାପାଙ୍କୁ ହତ୍ୟା କଲା ପୁଅ

ସେପଟେ ବେଲପଡା ପୋଲିସ୍ ଓ ପାଟଣାଗଡ଼ ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୁକ୍ତ ପୁଅକୁ ଗିରଫ କରିଥିବା ବେଳେ ହତ୍ୟାରେ ବ୍ୟବହୃତ କୋଦାଳ ମଧ୍ୟ ପୋଲିସ ଜବତ କରିଛି । ସେହିପରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଥିବା କହିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details