ବଲାଙ୍ଗୀର:ଶ୍ବଶୁର ଘରେ ଜ୍ବାଇଁକୁ ହତ୍ୟା । ପାରିବାରିକ କଳହକୁ ନେଇ ଜ୍ବାଇଁର ଜୀବନ ନେଲେ ଶ୍ବଶୁର ଘର ଲୋକେ । ଜ୍ବାଇଁକୁ ପିଟିପିଟି ହତ୍ୟା ପରେ ମୃତଦେହକୁ ଅଖାରେ ପୁରାଇ ଫୋପାଡିବାକୁ କରାଯାଇଥିଲା ଯୋଜନା । ଶେଷରେ ପୋଲିସ ହାତରେ ଧରାପଡିଲେ ଶ୍ବଶୁର ଘର ଲୋକେ । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଚାବିରି ପାଲି ଗ୍ରାମରେ। ମୃତକ ଜଣଙ୍କ ହେଉଛନ୍ତି ବରଗଡ ପଦ୍ମପୁର ଥାନା ଗଡଭାଟି ଗାଁର ରୁଦ୍ରମେହର । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ତେବେ ମୃତକ ଜଣକ ହେଲେ ପଦ୍ମପୁର ଥାନା ଗଡଭାଟି ଗାଁର ରୁଦ୍ରମଣି ମେହର। । ସେ ଦୀର୍ଘ ଆଠ ମାସ ହେବ ସେ ନିଜ ଶ୍ଵଶୁର ଘରେ ରହୁଥିଲେ । ଗତ ବୁଧବାର ତାଙ୍କ ଶ୍ବଶୁର ଓ ଶଳାମାନେ ମିଶି ତାଙ୍କ ପତ୍ନୀ ଘରେ ନ ଥିବା ବେଳେ ରୁଦ୍ରମଣି ମେହରଙ୍କୁ ପିଟି ପିଟି ହତ୍ୟା କରିଥିଲେ । ଗତକାଲି କୌଣସି କାରଣକୁ ନେଇ ଶ୍ଵଶୁର ଘର ଲୋକେ ଜ୍ବାଇଁକୁ ପିଟି ପିଟି ହତ୍ୟା କରିବା ପରେ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ଭ୍ୟାନରେ ଏକ ଜରି ବସ୍ତାରେ ଜ୍ବାଇଁର ମୃତଦେହ ପୁରାଇ ଫିଙ୍ଗିବାକୁ ଯାଉଥିଲେ ଶ୍ବଶୁର ଘର ଲୋକେ । କିନ୍ତୁ ଏନେଇ ସୂଚନା ପାଇଥିଲା ପୋଲିସ । ମୃତଦେହକୁ ଫୋପାଡିବା ପୂର୍ବରୁ ଗାଡିକୁ ଅଟକାଇ ୪ ଜଣଙ୍କୁ ଅଟକ ରଖିଥିଲା ପୋଲିସ । ଏହାପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।
ଏହା ମଧ୍ୟ ପଢନ୍ତୁ-ଶାରିରୀକ ସମ୍ପର୍କ ପାଇଁ ଅରାଜି ହେବାରୁ ପ୍ରେମିକାକୁ ଭୁଜାଲିରେ ଆକ୍ରମଣ