ଓଡିଶା

odisha

By ETV Bharat Odisha Team

Published : Oct 24, 2023, 10:38 PM IST

Updated : Oct 24, 2023, 10:53 PM IST

ETV Bharat / state

ଦାଦନ ଖଟିବାକୁ ଯାଇ ଭାଇ ମୃତ, ମୃତଦେହ ଫେରାଇ ଆଣିବାକୁ ଭିକ୍ଷା ମାଗୁଛି ଭଉଣୀ

ଦାଦନ ଖଟିବାକୁ ଯାଇ ହାଇଦ୍ରାବାଦରେ ଦୁର୍ଘଟଣାରେ ଯୁବକ ମୃତ । ଅର୍ଥ ଅଭାବରୁ ଗାଁକୁ ଫେରିପାରୁନି ମୃତଦେହ । ଭିକ୍ଷା ମାଗୁଛି ଭଉଣୀ । ଅଧିକ ପଢନ୍ତୁ

ଦାଦନ ଖଟିବାକୁ ଯାଇ ହାଇଦ୍ରାବାଦରେ ଯୁବକ ମୃତ, ମୃତଦେହ ଫେରାଇବା ଆଣିବାକୁ ଭିକ୍ଷା ମାଗୁଛି ଭଉଣୀ
ଦାଦନ ଖଟିବାକୁ ଯାଇ ହାଇଦ୍ରାବାଦରେ ଯୁବକ ମୃତ, ମୃତଦେହ ଫେରାଇବା ଆଣିବାକୁ ଭିକ୍ଷା ମାଗୁଛି ଭଉଣୀ

ଦାଦନ ଖଟିବାକୁ ଯାଇ ହାଇଦ୍ରାବାଦରେ ଯୁବକ ମୃତ, ମୃତଦେହ ଫେରାଇବା ଆଣିବାକୁ ଭିକ୍ଷା ମାଗୁଛି ଭଉଣୀ

ବଲାଙ୍ଗୀର:ପୁଣିଥରେ ଦେଖିବାକୁ ମିଳିଛି ଦାଦନ ଦୁଖଃ ।ଦାଦନ ଖଟିବାକୁ ଯାଇ ହାଇଦ୍ରାବାଦରେ ଦୁର୍ଘଟଣାରେ ପ୍ରାଣ ହରାଇଲେ ଯୁବକ । ହେଲେ ମୃତଦେହ ଫେରାଇବା ଆଣିବାକୁ ଅର୍ଥ ସାଜିଛି ବାଧକ । ଫଳରେ ପୁରା ପରିବାର ଏବେ ଅସହାୟ । ମୃତଦେହ ଆଣିବା ପାଇଁ ଅର୍ଥ ଯୋଗାଡ କରିବା ଭିକ୍ଷା ମାଗୁଛି ଭଉଣୀ । ଏପରି ଏକ ହୃଦୟ ବିଦାରକ ଘଟଣା ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକରେ ଦେଖିବାକୁ ମିଳିଛି ।


ସଇଁତଳା ବ୍ଲକ ଅନ୍ତର୍ଗତ ଡେଙ୍ଗ ପଞ୍ଚାୟତର ଧୁନକେଡା ଗ୍ରାମର କୁଳମଣି ଛାତ୍ରିଆଙ୍କ ପୁଅ ରାଜୁ ଛତ୍ରୀଆ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ । ସେଠି ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ତାଙ୍କ ମୃତଦେହ ଆଣିବାକୁ ଏହି ପରିବାର ପାଖରେ ଟଙ୍କା ନାହିଁ । ଫଳରେ ମୃତକଙ୍କ ଭଉଣୀମାନେ ଏବେ ହାତ ପତାଇ ଟଙ୍କା ଭିକ୍ଷା ମାଗିବା ଭଳି ଚିତ୍ର ସମ୍ନାକୁ ଆସିଛି ।

ତେବେ ସୂଚନା ଅନୁସାରେ ଏହି ଗ୍ରାମର କୁଳମଣି ଛାତ୍ରୀଆଙ୍କ ପାଞ୍ଚ ଝିଅ ଓ ଗୋଟିଏ ସାନ ପୁଅ ରାଜୁ ଛତ୍ରିଆକୁ ନେଇ ତାଙ୍କ ପରିବାର । କୁଳମଣି କିଛି ବର୍ଷ ହେବ ବୟସାଧିକ କାରଣରୁ କାମ କରିପାରୁ ନାହାନ୍ତି । ସେହିପରି ଏମାନେ ନିହାତି ଗରିବ ଥିବା ବେଲେ ସେ କୌଣସି ମତେ ଦୁଇ ଝିଅର ବିବାହ କରିଛନ୍ତି । ଏବେ ଘରେ ତିନି ଝିଅ ସହ ପୁଅ ରହି ଆସୁଥିଲେ । ରାଜୁ ଛାତ୍ରୀଆ ଘରର ଆର୍ଥିକ ପରିସ୍ଥିତି ସୁଧାର ଓ ଖାଇବା ଦୁଇମୁଠା ଯୋଗାଡ଼ କରିବା ପାଇଁ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ । ସବୁ ମାସ କିଛି କିଛି ଟଙ୍କା ସେଠୁ ସେ ଘରକୁ ପଠାଉଥିଲେ । ଯେଉଁଥିରେ ଦୁଇ ଭଉଣୀଙ୍କ ପାଠପଢା ଓ ସମସ୍ତଙ୍କ ପେଟକୁ ଦାନା ଯୋଗାଡ଼ ହେଉଥିଲା ।

ହେଲେ ଗତ 22 ତାରିଖରେ ହାଇଦ୍ରାବାଦରେ ତାଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସେଠାକାର ପୋଲିସ କୁଳମଣିଙ୍କର ପରିବାରକୁ ସୂଚନା ଦେଇଥିଲା । ଖବର ପାଇବା ପରେ ଏହି ପରିବାର ଉପରେ ଯେମିତି ଦୁଃଖର ପାହାଡ ଲଦି ହୋଇ ଯାଇଛି । ବୃଦ୍ଧ ମା’ ବାପା ନିଜ ଏକମାତ୍ର ପୁଅକୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ସେପଟେ ମୃତଦେହ ସେଠାରୁ କେମିତି ଆଣିବେ ତାର ମଧ୍ୟ ତାଙ୍କୁ ବଡ ଚିନ୍ତା । କାରଣ ହାତରେ ଗୋଟିଏ ଟଙ୍କା ନାହିଁ । ଏହା ପାଇଁ ସେମାନେ ନିଜ ସମ୍ପର୍କୀୟ ଓ ଗ୍ରାମବାସୀଙ୍କୁ ଟଙ୍କା ସାହାଯ୍ୟ ମାଗିଥିଲେ।

ତେବେ ହାଇଦ୍ରାବାଦରୁ ମୃତଦେହ ବାହକ ଗାଡ଼ିରେ ଶବ ଆଣିବାକୁ 70 ହଜାର ଟଙ୍କା ଖର୍ଚ୍ଚ ଆବଶ୍ୟକ ଜଣାପଡ଼ିଛି । ଏତେ ଟଙ୍କା ତାଙ୍କ ପାଖରେ ନ ଥିବା ବେଳେ ସମୟ ମଧ୍ୟ ହାତରେ ନାହିଁ । ତେଣୁ ଏମାନେ ବାଧ୍ୟ ହୋଇ ଟଙ୍କା ଯୋଗାଡ ପାଇଁ ଭିକ୍ଷା ମାଗିଛନ୍ତି । ଏହି କରୁଣ ଚିତ୍ର ସମସ୍ତଙ୍କ ମନକୁ ଦୋହଲାଇ ଦେଇଛି ।ସରକାରୀ ସହାୟତା ପାଇଁ ଏହି ପରିବାର ଓ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Oct 24, 2023, 10:53 PM IST

ABOUT THE AUTHOR

...view details