ବଲାଙ୍ଗୀର:ମହଙ୍ଗା ପଡିଲା ମଟନ ନିଶା । ଛେଳି ଚୋରି କରି ମାଂସ ଖାଇବା ପରେ କାର୍ଯ୍ୟରୁ ନିଲମ୍ବିତ ହେଲେ ପୋଲିସ ବାବୁ । ଏଭଳି ଘଟଣା ଘଟିଛି ବଲାଙ୍ଗୀର ସିନ୍ଧେକେଲା ଥାନାରେ । ପୋଲିସ ବାବୁ ଜଣଙ୍କ ହେଉଛନ୍ତି ସିନ୍ଧେକେଲା ଥାନାର କାର୍ଯ୍ୟରତ ASI ସୁମନ ମଲ୍ଲିକ । ଛେଳି ଚୋରି କରିଥିବା ଅଭିଯୋଗ ଆସିବା ପରେ ଏସପି ତାଙ୍କୁ ନିଲମ୍ବିତ କରିଛନ୍ତି ।
ସୂଚନାଅନୁଯାୟୀ ଗ୍ରାମର ସଙ୍କୀର୍ତ୍ତନ ଗୁରୁଙ୍କ ଦୁଇଟି ଛେଳି ଭୁଲ ବଶତଃ ସିନ୍ଧେକେଲା ଥାନା ପରିସରକୁ ଚାଲି ଆସିଥିବା ବେଳେ ଥାନାରେ ଥିବା ଅଧିକାରୀ ଛେଳିଟିକୁ ମାରି ଭୋଜି କରିଥିଲେ। କିଛି ଲୋକ ଏହା ଦେଖିବାପରେ ଛେଳି ମାଲିକଙ୍କୁ ଖବର ଦେଇଥିଲେ।