ବଲାଙ୍ଗୀର: ଶୀତଳ ଷଷ୍ଠୀ ପାଇଁ ବଲାଙ୍ଗୀର ସହର ଉତ୍ସବ ମୁଖର ହୋଇଛି । ବିଭିନ୍ନ ଶୀତଳ ଷଷ୍ଠୀ କମିଟି ରୀତିନୀତି ଅନୁସାରେ ପର୍ବ ସମ୍ପନ୍ନ କରିବା ପାଇଁ ସବୁ ପ୍ରକାରର ପଦକ୍ଷେପ ନେଇଛନ୍ତି । ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ଶୁଭ ବିବାହ ପାଇଁ ସରିଛି ସବୁ ସଜବାଜ । କନ୍ୟା ମାତା ପିତା ତଥା ବର ପିତା ମାତା ଏହି ଦେବ ଦମ୍ପତିଙ୍କ ବିବାହ ପାଇଁ ସବୁ ପ୍ରକାରର ସରଞ୍ଜାମ ପ୍ରସ୍ତୁତ କରିଛନ୍ତି ।
ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ବଲାଙ୍ଗୀର ସହର - ବଲାଙ୍ଗୀର ଶୀତଳ ଷଷ୍ଠୀ ଯାତ୍ରା ଖବର
ଶୀତଳ ଷଷ୍ଠୀ ପାଇଁ ବଲାଙ୍ଗୀର ସହର ଉତ୍ସବ ମୁଖର ହୋଇଛି । ବିଭିନ୍ନ ଶୀତଳ ଷଷ୍ଠୀ କମିଟି ରୀତିନୀତି ଅନୁସାରେ ପର୍ବ ସମ୍ପନ୍ନ କରିବା ପାଇଁ ସବୁ ପ୍ରକାରର ପଦକ୍ଷେପ ନେଇଛନ୍ତି । ଅଧିକ ପଢନ୍ତୁ
ଯେଉଁଥିରେ ବିବାହ ମଣ୍ଡପ ଠୁ ଦେବ ନିମନ୍ତ୍ରଣ, ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ ସାରି ଥିବାବେଳେ କନ୍ୟାକୁ ଦେବାକୁ ଥିବା ଆଭୂଷଣ ଅଳଙ୍କାର ଇତ୍ୟାଦି ପ୍ରସ୍ତୁତ କରି ସାରିଛନ୍ତି । ଶୁକ୍ରବାର ପିନ୍ଧାଣି ଥିବାବେଳେ ତାକୁ ରୀତିନୀତି ପରମ୍ପରା ଅନୁସାରେ ପାଳନ କରିବା ପାଇଁ ସଜବାଜ ହୋଇଛନ୍ତି । ସେହିପରି ଏଥିରେ ମାତା ପିତା ହେବାକୁ ସୁଯୋଗ ପାଇଥିବାରୁ କର୍ତ୍ତାମାନେ ନିଜକୁ ସୌଭାଗ୍ୟ ମନେ କରିବା ସହ ଉତ୍ସାହିତ ଅଛନ୍ତି ।
ସେହିପରି ନୀତି ଦିନ ସବୁ ଠି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଲୋକଙ୍କୁ ବେଶ ଆକୃଷ୍ଟ କରୁଛି । ବଲାଙ୍ଗୀର ସହର ଅଧ୍ୟରେ ପାଞ୍ଚଟି ଶୀତଳ ଷଷ୍ଠୀ ପୂଜା କମିଟି ଏହାର ଆୟୋଜନ କରୁଛନ୍ତି । ଯେଉଁଥିରେ ବଲାଙ୍ଗୀର ପେଲେସ ଲାଇନ, ସୁଦପଡା, ଏବିଏସଏସ ପଡ଼ା, ରାଧାରାଣୀ ପଡା ଓ ବ୍ରାହ୍ମଣ ପଡା କମିଟି ଏଥର ଏହାର ଆୟୋଜନ କରୁଛନ୍ତି । ସେପଟେ ଦୁଇ ବର୍ଷ କୋରୋନା ପାଇଁ ଏହା ବନ୍ଦ ଥିବା ବେଳେ ଏଥର ଲୋକଙ୍କ ଭିଡ଼ ଜମିବା ନିଶ୍ଚିତ ରହିଛି । ଯାହାକୁ ନେଇ ପୋଲିସ ପ୍ରଶାସନ ମଧ୍ୟ ତାଙ୍କର ସବୁ ପ୍ରସ୍ତୁତି କରିଛନ୍ତି ।