ବଲାଙ୍ଗୀର: ରବିବାର ଭୋର ସମୟରେ ଖୋର୍ଦ୍ଧା 57 ନମ୍ବର ଜାତୀୟ ରାଜପଥରେ ଝାର ବଲାଙ୍ଗୀର ଗାଁ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏହି ଘଟଣାରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ରାସ୍ତାକଡରେ ଛିଡା ହୋଇଥିବା ଏକ ଟ୍ରକକୁ ବୋଲେରୋ ଗାଡି ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।
ତେବେ ସୂଚନା ଅନୁସାରେ ଜିଲ୍ଲାର ପାଟଣାଗଡ଼ ଅନ୍ତର୍ଗତ ଘୁମେର ଓ ତମିଆଁ ଗାଁର 14ଜଣ କଟକକୁ ଇଟା ଗଢିବାକୁ ଏକ ବୋଲେରୋ ଗାଡିରେ ବାହାରିଥିଲେ। ହେଲେ ଏହା ତାଙ୍କର ଶେଷ ଯାତ୍ରା ବୋଲି କିଏ ଜାଣିଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଦୁଇ ଜଣ ମହିଳା ସଙ୍କୁନ୍ତଳା ସାହୁ ଓ ତେଜେଶ୍ବର ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡିଛି । ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।