ବଲାଙ୍ଗୀର:ଜିଲ୍ଲାରୁ ବାହାର ରାଜ୍ୟକୁ ବେଆଇନ ଦାଦନ ଚାଲାଣ ବନ୍ଦ ହେବାର ନାଁ ଧରୁନି । ପୋଲିସ୍ ପ୍ରଶାସନର କୌଣସି ନିର୍ଦ୍ଦେଶ ମାନୁ ନାହାଁନ୍ତି ଦାଦନ ଦଲାଲ । ପୁଣି ବେଆଇନ ଦାଦନ ଶ୍ରମିକ ଚାଲାଣ ବେଳେ ଉଦ୍ଧାର ହୋଇଛନ୍ତି । ବଲାଙ୍ଗୀର ପୋଲିସ ଗାଁ ଗାଁରେ ଲୋକଙ୍କୁ ନେଇ ସଚେତନ କରୁଥିଲେ ମଧ୍ୟ ଦାଦନ ସର୍ଦ୍ଦାରମାନେ ବୋଲ ମାନୁନାହାନ୍ତି । ବେଆଇନ ଭାବରେ ଶ୍ରମିକମାନଙ୍କ ବାହାର ରାଜ୍ୟକୁ ଚାଲାଣ କରିବାରେ ମାତିଛନ୍ତି । ଜିଲ୍ଲାରେ ପୁଣି ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି ।
ବଲାଙ୍ଗୀର ବେଳପଡା ପୋଲିସ ବିଶେଷ ସୂତ୍ରରୁ ଖବରପାଇ ମଣ୍ଡଳ ଗାଁ ନିକଟରୁ 32ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଶ୍ରମିକମାନେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳ ମହୁଳପଡାର ବୋଲି ଜଣାପଡିଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ 9 ପୁରୁଷ 12 ମହିଳା ଓ 11ଜଣ ଶିଶୁ ଥିବାର ଜଣାପଡିଛି । ଚାଲାଣ କରୁଥିବା 2 ସର୍ଦ୍ଦାରଙ୍କୁ ବେଳପଡା ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ଉଦ୍ଧାର ଶ୍ରମିକ ମାନେ କାମଧନ୍ଦା ନ ମିଳିବାରୁ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା କହିଛନ୍ତି । ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ବେଳପଡା ପୋଲିସ ତାଙ୍କ ନିଜ ଗାଁକୁ ପଠାଇଦେଇ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।