ଓଡିଶା

odisha

ETV Bharat / state

ରାଜ୍ୟରେ ଦ୍ଵିତୀୟ ରାଜଧାନୀ ସ୍ଥାପନ ନେଇ କଂଗ୍ରେସର ପ୍ରେସମିଟ୍‌

ବଲାଙ୍ଗୀରରେ ବୁଧବାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ଭକ୍ତ ଦାସ ଏକ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶାରେ ଦ୍ଵିତୀୟ ରାଜଧାନୀ ସ୍ଥାପନ ପାଇଁ ଦାବି ରଖିଛନ୍ତି। ଅଧିକ ପଢନ୍ତୁ...

By

Published : Mar 4, 2020, 8:08 PM IST

ରାଜ୍ୟରେ ଦ୍ଵିତୀୟ ରାଜଧାନୀ ସ୍ଥାପନ ନେଇ କଂଗ୍ରେସର ପ୍ରେସମିଟ୍‌
ରାଜ୍ୟରେ ଦ୍ଵିତୀୟ ରାଜଧାନୀ ସ୍ଥାପନ ନେଇ କଂଗ୍ରେସର ପ୍ରେସମିଟ୍‌

ବଲାଙ୍ଗୀର: ଜିଲ୍ଲାରେ ବୁଧବାର ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ଏକ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶାରେ ଦ୍ଵିତୀୟ ରାଜଧାନୀ ସ୍ଥାପନ ପାଇଁ ଦାବି ରଖିଛନ୍ତି।

ରାଜ୍ୟରେ ଦ୍ଵିତୀୟ ରାଜଧାନୀ ସ୍ଥାପନ ନେଇ କଂଗ୍ରେସର ପ୍ରେସମିଟ୍‌

ବଲାଙ୍ଗୀରରେ ବୁଧବାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ଭକ୍ତ ଦାସ ଏକ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶାରେ ଦ୍ଵିତୀୟ ରାଜଧାନୀ ସ୍ଥାପନ ପାଇଁ ଦାବି ରଖିଛନ୍ତି। ସ୍ବାଧୀନତା ପରେ ଓଡ଼ିଶାରେ ସବୁ ସରକାର ପାତର ଅନ୍ତର ନୀତି ଅବଲମ୍ବନ କରି କେବଳ ପୂର୍ବ ଓଡ଼ିଶାର ଉନ୍ନତି କରି ପଶ୍ଚିମ ଓ ଦକ୍ଷିଣ ଓଡିଶାକୁ ଅବହେଳିତ ଅବସ୍ଥାରେ ରଖିଥିବାର ସେ ଅଭିଯୋଗ କରିଛନ୍ତି।

ଫଳରେ ଆଜିବି ଏ ଅଞ୍ଚଳର ଲୋକେ ଗରିବି ରେଖା ତଳେ ରହି ମୌଳିକ ଅଧିକାରରୁ ବଞ୍ଚିତ ହୋଇଥିବା ସେ କହିଛନ୍ତି। ବିଜୁଳି, ଶିକ୍ଷା, ସ୍ବାସ୍ଥ୍ୟ ଭଳି ସବୁ କ୍ଷେତ୍ରରେ ଏହି ଅଞ୍ଚଳ ପଛୁଆ ବୋଲି ସେ ଅଭିଯୋଗ କରିଛନ୍ତି।

ଏହାର ସମାଧାନ ପାଇଁ ଏଠି କ୍ଷମତାର ବିକେନ୍ଦ୍ରୀକରଣ ସହ ଏକ ଦ୍ଵିତୀୟ ରାଜଧାନୀ ସ୍ଥାପନ ପାଇଁ ସେ ଯୁକ୍ତି ବଢ଼ିଛନ୍ତି । ଏନେଇ ମହାତ୍ମା ଗାନ୍ଧୀଙ୍କ 150 ଜନ୍ମ ବର୍ଷିକୀରୁ ଆନ୍ଦୋଳନ ହେବା ସହ ସବୁ ରାଜନୈତିକ ଦଳ ତଥା ସଙ୍ଗଠନକୁ ଏହାକୁ ସମର୍ଥନ ଦେଇ ଆନ୍ଦୋଳନରେ ସାମିଲ ହେବା ପାଇଁ ଆହ୍ବାନ କରିଛନ୍ତି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ABOUT THE AUTHOR

...view details