ବଲାଙ୍ଗୀର: ପୁଣି ଦାରିଦ୍ର୍ୟ ଓ ଅଭାବ ଅନାଟନ ଆଗରେ ଅସହାୟ ହୋଇଛି ମମତା । ବଲାଙ୍ଗୀରରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି, ଜଣେ ଅସହାୟ ମାଆ ଦାରିଦ୍ର୍ୟତା କାରଣରୁ ନିଜର ନବଜାତ ଶିଶୁର ଲାଳନପାଳନ କରି ନ ପାରି ବିକ୍ରି କରିବାକୁ ଉଦ୍ୟମ କରିଥିବାର ଅଭିଯୋଗ ହୋଇଛି । ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଚାଇଲ୍ଡ ଳାଇନ ପହଞ୍ଚି ଶିଶୁକୁ ଉଦ୍ଧାର କରିଛି ।
ବଲାଙ୍ଗୀର ରାଧାରାଣୀପଡାର ସରୋଜିନୀ ମହାକୁର ଗତ ଦୁଇଦିନ ତଳେ ଗୋଟିଏ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ତେବେ ସେ ରେଳ ଷ୍ଟେସନରେ ରହିବା କାରଣରୁ ତାଙ୍କ ପକ୍ଷେ ଶିଶୁର ଯତ୍ନ ନେବା ସମ୍ଭବ ହୋଇନଥିଲା । ତେଣୁ ସେ ଶିଶୁକୁ ବିକ୍ରି କରିବା ପାଇଁ ସଇଁନ୍ତଳା ବ୍ଲକ ଅଧିନସ୍ଥ ଫପସି ଗ୍ରାମର ଏକ ପରିବାରକୁ ଯୋଗାଯୋଗ କରିଥିଲେ । ହେଲେ ଏ ଘଟଣା ବାବଦରେ ଖବର ପାଇବା ପରେ ଚାଇଲ୍ଡ ଲାଇନ ଠିକଣା ସମୟରେ ପହଞ୍ଚି ମା ଓ ଶିଶୁକୁ ଉଦ୍ଧାର କରି ବଲାଙ୍ଗୀର ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଛି ।