ଓଡିଶା

odisha

ETV Bharat / state

ଦ୍ବିତୀୟ ଦିନରେ ବଲାଙ୍ଗୀର ବନ୍ଦ - ବଲାଙ୍ଗୀର ଖବର

ଆଜି ଦ୍ଵିତୀୟ ଦିନରେ ବଲାଙ୍ଗୀର ବନ୍ଦ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସବୁ ଅନୁଷ୍ଠାନ ଆଜିବି ସମ୍ପୂର୍ଣ୍ଣ ବନ୍ଦ ରହିଛି। ଆଗକୁ ପଢନ୍ତୁ...

ଦ୍ବିତୀୟ ଦିନରେ ବଲାଙ୍ଗୀର ବନ୍ଦ

By

Published : Nov 21, 2019, 2:33 PM IST

ବଲାଙ୍ଗୀର:ପୁନଃ ହାଇକୋର୍ଟ ବେଞ୍ଚ ସ୍ଥାପନ,ଲୋୟର ସୁକତେଲ ପ୍ରକଳ୍ପ ସମ୍ପୂର୍ଣ୍ଣ ଓ ବାଇପାସ ଦାବି ନେଇ ବଲାଙ୍ଗୀର ବନ୍ଦ ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି । ଜିଲ୍ଲାର ସରକାରୀ କଳ ଆଜି ବି ଅଚଳ ରହିଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସବୁ ଅନୁଷ୍ଠାନ ଆଜିବି ସମ୍ପୂର୍ଣ୍ଣ ବନ୍ଦ ରହିଛି। ସେପଟେ ଏହି ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ରତର ହେବବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ।

ଦ୍ବିତୀୟ ଦିନରେ ବଲାଙ୍ଗୀର ବନ୍ଦ

ବଲାଙ୍ଗୀରରେ ପୁନଃ ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ, ଲୋୟର ସୁକତେଲ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ଓ ଵାଇପାସ ଦାବି ନେଇ ଚାଲିଥିବା ଦୁଇ ଦିନିଆ ବଲାଙ୍ଗୀର ବନ୍ଦରେ ଆଜି ମଧ୍ୟ ଜିଲ୍ଲାର ସବୁ ସରକାରୀ କଳ ଅଚଳ ରହିଛି। ଏଥିରେ ଆଜି ମଧ୍ୟ ଆନ୍ଦୋଳନର ନେତୃତ୍ବ ନେଉଥିବା କରିଆ ଅନୁଷ୍ଠାନ କମିଟି ଓ ତାକୁ ସମର୍ଥନ କରୁଥିବା ଶତାଧିକ ସଂଘଠନ ସହରରେ ପିକେଟିଂ କରି ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଛନ୍ତି।

ଦୁଇଦିନିଆ ବନ୍ଦ ସଫଳ ହୋଇଥିବା ବେଳେ ବନ୍ଦ ଶାନ୍ତି ପୂର୍ଣ୍ଣ ରହିଛି । ସେପଟେ ଆଗକୁ ମଧ୍ୟ ଏହି ଆନ୍ଦୋଳନ ଜାରି ରହିବ ସହ ସବୁ ମାସର ତୃତୀୟ ବୁଧବାର ଓ ଗୁରୁବାର ଦୁଇଦିନ ସରକାରୀ କାର୍ଯ୍ୟାଳୟ ବନ୍ଦ କରା ହେବ ବୋଲି ଆନ୍ଦୋଳନ କାରି କହିଛନ୍ତି । ସରକାର ଏମିତି ଅନଶୁଣା କଲେ ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଆନ୍ଦୋଳନ କାରି କହିଛନ୍ତି ।


ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ABOUT THE AUTHOR

...view details