ଓଡିଶା

odisha

ETV Bharat / state

କୋଭିଡ଼ ଆକ୍ରାନ୍ତଙ୍କ ମୃତଦେହକୁ ଛୁଇଁଲେନି କେହି, ସରପଞ୍ଚ କଲେ ଅନ୍ତିମ ସଂସ୍କାର - କୋଭିଡ ଆକ୍ରାନ୍ତ

ବଲାଙ୍ଗୀର ଜିଲ୍ଲାରେ ଜଣେ କୋଭିଡ ମହିଳାଙ୍କ ମୃତଦେହକୁ କେହି ନ ଛୁଇଁବା ପରେ ସରପଞ୍ଚ ଅନ୍ତିମ ସଂସ୍କାର କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

କୋଭିଡ଼ ଆକ୍ରାନ୍ତଙ୍କ ମୃତଦେହକୁ ଛୁଇଁଲେନି କେହି, ଅନ୍ତିମ ସଂସ୍କାର କଲେ ସରପଞ୍ଚ
କୋଭିଡ଼ ଆକ୍ରାନ୍ତଙ୍କ ମୃତଦେହକୁ ଛୁଇଁଲେନି କେହି, ଅନ୍ତିମ ସଂସ୍କାର କଲେ ସରପଞ୍ଚ

By

Published : Apr 30, 2021, 9:24 AM IST

ବଲାଙ୍ଗୀର: ଜିଲ୍ଲାରେ କୋରୋନାର ଦେଖିବାକୁ ମିଳିଛି କରାଳ ରୂପ । ଲୋକଙ୍କ ମନରେ କୋରୋନାକୁ ନେଇ ଏତେମାତ୍ରାରେ ଭୟ ଦେଖିବାକୁ ମିଳିଛି ଯେ ସମାଜ ପ୍ରତି ନିଜ କର୍ତ୍ତବ୍ୟ ଭୁଲିବାକୁ ବାଧ୍ୟ ହେଉଛି ମଣିଷ । ଜିଲ୍ଲାର ଖପ୍ରାଖୋଲ ବ୍ଲକରେ କୋଭିଡରେ ମୃତ୍ୟୁ ଘଟିଥିବା ମହିଳାଙ୍କୁ କେହି ସ୍ପର୍ଶ ନ କରିବା ପରେ ନିଜେ ସରପଞ୍ଚ ଅନ୍ତିମ ସଂସ୍କାର କରିଥିବା ଜଣାପଡିଛି ।

କୋଭିଡ଼ ଆକ୍ରାନ୍ତଙ୍କ ମୃତଦେହକୁ ଛୁଇଁଲେନି କେହି, ଅନ୍ତିମ ସଂସ୍କାର କଲେ ସରପଞ୍ଚ

ଜିଲ୍ଲାରେ କୋରୋନା ଭୟାବହତା ଦେଖିବାକୁ ମିଳିଥିବା ବେଳେ କୋରୋନାର କରୁଣ ଚିତ୍ର ବାରମ୍ବାର ସାମ୍ନାକୁ ଆସୁଛି। ତେବେ ଏହିଭଳି କୋରୋନାରେ ଜିଲ୍ଲାର ଖପ୍ରାଖୋଲ ବ୍ଲକ ଲାଠର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କୁ ଲୋକେ ଭୟ ଯୋଗୁଁ ସ୍ପର୍ଶ କରିନାହାନ୍ତି । ମୃତ ମହିଳା ଜଣକ ହେଉଛନ୍ତି ଗ୍ରାମର ମହିଳା ମାଳିଫୁଲ ସୁନା । ତେବେ ସେ କିଛି ଦିନ ତଳୁ ଜ୍ବରରେ ପୀଡିତ ଥିଲେ ଏବଂ ପରୀକ୍ଷା ପରେ ତାଙ୍କର କୋରୋନା ପଜିଟିଭ ଆସିଥିଲା ।

ତେବେ ଗୁରୁବାର ତାଙ୍କର ଏଥିରେ ମୃତ୍ୟୁ ହୋଇଥିବା ବେଳେ ଭୟରେ ଗ୍ରାମବାସୀ କିମ୍ବା ସମ୍ପର୍କୀୟ ତାଙ୍କ ମୃତଦେହକୁ ଛୁଇଁ ନଥିଲେ । ତେବେ ଶେଷରେ ଏହାର ଖବର ପାଇ ସ୍ଥାନୀୟ ସରପଞ୍ଚ ପ୍ରବୀଣ କୁମାର ଅଗ୍ରୱାଲ କିଛି ଲୋକଙ୍କ ସହାୟତାରେ ମହିଳାଙ୍କ ଅନ୍ତିମ ସଂସ୍କାର କରିଛନ୍ତି। ହରିଶ୍ଚନ୍ଦ୍ର ଯୋଜନାରେ ପରିବାର ବର୍ଗଙ୍କୁ ଦୁଇ ହଜାର ଟଙ୍କା ମଧ୍ୟ ପ୍ରଦାନ କରିଛନ୍ତି । ତେବେ କୋରୋନା ଭୟରେ ମାନବିକତା ମରି ଯାଉଥିବାର ଏହିଭଳି ଚିତ୍ରକୁ ସବୁଠି ନିନ୍ଦା କରାଯାଇଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details