ଓଡିଶା

odisha

ETV Bharat / state

ସଙ୍ଗରୋଧ କେନ୍ଦ୍ରରେ ସରପଞ୍ଚଙ୍କ ଦାଦାଗିରି

ବଲାଙ୍ଗୀର ଜିଲ୍ଲାର ଏକ ସଙ୍ଗରୋଧ କେନ୍ଦ୍ରରେ ସରକାରୀ ଦାୟିତ୍ବରେ ଥିବା କଲେଜ ଅଧ୍ୟକ୍ଷଙ୍କୁ ସ୍ଥାନୀୟ ସରପଞ୍ଚ ମାଡ ମାରିଥିବା ଅଭିଯୋଗ ହୋଇଛି । ପୋଲିସ ଏହି ମାମଲାର ତଦନ୍ତ କରୁଥିବା ଜଣା ପଡିଛି । ଅଧିକ ପଢନ୍ତୁ...

ସଙ୍ଗରୋଧ କେନ୍ଦ୍ରରେ ସରପଞ୍ଚଙ୍କ ଦାଦାଗିରି
ସଙ୍ଗରୋଧ କେନ୍ଦ୍ରରେ ସରପଞ୍ଚଙ୍କ ଦାଦାଗିରି

By

Published : Jun 8, 2020, 6:22 PM IST

ବଲାଙ୍ଗୀର: ପ୍ରବାସୀ ଶ୍ରମିକଙ୍କ ରହିବା ପାଇଁ ରାଜ୍ୟ ସରକାର ସଙ୍ଗରୋଧ କେନ୍ଦ୍ରର ବ୍ୟବସ୍ଥା କରିଛନ୍ତି । ହେଲେ ଏହି ସଙ୍ଗରୋଧ କେନ୍ଦ୍ରରେ ସରପଞ୍ଚଙ୍କ ଦାଦାଗିରି ସହ କଲେଜ ଅଧ୍ୟକ୍ଷଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ସୋମବାର ବଲାଙ୍ଗୀର ଜିଲ୍ଲାର ଏକ ସଙ୍ଗରୋଧ କେନ୍ଦ୍ରରୁ ସାମ୍ନାକୁ ଆସିଛି ଏପରି ଘଟଣା ।

ସଙ୍ଗରୋଧ କେନ୍ଦ୍ରରେ ସରପଞ୍ଚଙ୍କ ଦାଦାଗିରି

ବଲାଙ୍ଗୀର ଲାଠୋର ଗାଁରେ ଥିବା ମାଧ୍ୟମିକ ଉଚ୍ଚବିଦ୍ୟାଳୟକୁ ସଙ୍ଗରୋଧ କେନ୍ଦ୍ର ଭାବରେ ବ୍ୟବହାର କରାଯାଉଛି ଏବଂ ଏହାର ଦାୟିତ୍ବରେ ଖୋଦ ଏଠିକାର କଲେଜ ଅଧ୍ୟକ୍ଷ ଅଛନ୍ତି । ତେବେ ସୋମବାର ସ୍ଥାନୀୟ ସରପଞ୍ଚ ପ୍ରବୀଣ କୁମାର ଅଗ୍ରୱାଲ ସରକାରୀ ଦାୟିତ୍ବରେ ଥିବା କଲେଜ ଅଧ୍ୟକ୍ଷ ଡାକ୍ତର ନାରାୟଣ ପ୍ରଧାନଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଏହି ଘଟଣାକୁ ନେଇ ସ୍ଥାନୀୟ ଲାଠୋର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଅଧ୍ୟକ୍ଷ । ସେପଟେ ସରପଞ୍ଚ ମଧ୍ୟ ଥାନାରେ ପାଲଟା ଅଭିଯୋଗ କରିଥିବା ବେଳେ ପୋଲିସ ଏହି ମାମଲାର ତଦନ୍ତ କରୁଥିବା ଜଣାପଡିଛି ।

ବଲାଙ୍ଗୀରରୁ ଏସ.କେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details