ଓଡିଶା

odisha

ETV Bharat / state

ନୂଆଁଖାଇ ପାଇଁ ତିନି ଦିନ ଛୁଟି ଘୋଷଣା କଲେ ସରପଞ୍ଚ - ନୂଆଁଖାଇ

ତିନି ଦିନିଆ ନୂଆଁଖାଇ ଛୁଟି ଦେଲେନି ସରକାର । ନିଜ ଅଞ୍ଚଳରେ ତିନି ଦିନ ନୂଆଁଖାଇ ଛୁଟି ଘୋଷଣା କଲେ ସରପଞ୍ଚ । ଅଧିକ ପଢନ୍ତୁ

ନୂଆଁଖାଇ ପାଇଁ ତିନି ଦିନ ଛୁଟି ଘୋଷଣା କଲେ ସରପଞ୍ଚ
ନୂଆଁଖାଇ ପାଇଁ ତିନି ଦିନ ଛୁଟି ଘୋଷଣା କଲେ ସରପଞ୍ଚ

By

Published : Aug 31, 2022, 7:43 AM IST

ବଲାଙ୍ଗୀର: ରାତି ପାହିଲେ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ନୂଆ ପୋଷାକ ପିନ୍ଧି ନବାନ୍ନ ଖାଇ ଜୁହାର୍ ହେବେ ପଶ୍ଚିମ ଓଡିଶାବାସୀ । ଚଳିତ ବର୍ଷ ନୂଆଁଖାଇ ପାଇଁ ରାଜ୍ୟ ସରକାର ୩ ଦିନ ସରକାରୀ ଛୁଟି ଘୋଷଣା କରନ୍ତୁ ବୋଲି ଦାବି ଜୋର ଧରିଥିଲା । କିନ୍ତୁ ୩ ଦିନ ବଦଳରେ ରାଜ୍ୟ ସରକାର ସମ୍ବଲପୁର ଓ ବରଗଡ଼ରେ ୨ ଦିନ ଛୁଟି ଘୋଷଣା କରିଛନ୍ତି । ପ୍ରଥମେ ଗୋଟିଏ ଦିନ ଛୁଟି ଘୋଷଣା କରାଯାଇଥିବା ବେଳେ ପଶ୍ଚିମ ଓଡିଶାବାସୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ଆଉ ଗୋଟିଏ ଦିନ ଛୁଟି ବଢାଇଛନ୍ତି । ଅନ୍ୟପଟେ ବଲାଙ୍ଗୀର ଜିଲ୍ଲାରେ କେବଳ ସେପ୍ଟେମ୍ବର ୧ ତାରିଖ ଦିନ ଛୁଟି ମଞ୍ଜୁର କରାଯାଇଥିବାରୁ ଏଠାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସରକାର ଛୁଟି ନ ଦେଲେ ନାହିଁ, ବଲାଙ୍ଗୀର ଜିଲ୍ଲାର କିଛି ସରପଞ୍ଚ ନିଜ ପଞ୍ଚାୟତରେ ତିନି ଦିନିଆ ଛୁଟି ଘୋଷଣା କରିଛନ୍ତି ।

ନୂଆଁଖାଇ ପାଇଁ ତିନି ଦିନ ଛୁଟି ଘୋଷଣା କଲେ ସରପଞ୍ଚ

ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ସରପଞ୍ଚ ସୁଶୀଲ ଗୁରୁ, ବେଲପଡ଼ା ବ୍ଲକ ଧୁମାଭଟା ପଞ୍ଚାୟତ ବନମାଳୀ ନାୟକ ଓ ଲୋଇସିଂହା ବ୍ଲକ କୁସମେଲ ପଞ୍ଚାୟତର ସରପଞ୍ଚ କସ୍ତୁବ ସାହୁ ପ୍ରମୁଖ ନିଜ ପଞ୍ଚାୟତରେ ତିନି ଦିନିଆ ନୂଆଁଖାଇ ଛୁଟି ଘୋଷଣା କରିଛନ୍ତି । ଏହି ତିନି ଦିନ ନିଜ ଅଞ୍ଚଳର ସବୁ ସ୍କୁଲ କଲେଜ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ଏମାନେ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକେ ଖୁସି ପ୍ରକଟ କରିଥିବା ବେଳେ ଏହା କେତେ ଯଥାର୍ଥ ତାକୁ ନେଇ ଲୋକେ ପ୍ରଶ୍ନ ମଧ୍ୟ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ:ନୂଆଁଖାଇ ପର୍ବ, ସମ୍ବଲପୁର ଓ ବରଗଡ଼ରେ 2 ଦିନ ଛୁଟି ଘୋଷଣା

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପଶ୍ଚିମ ଓଡିଶାର ଜନସାଧାରଣ ଓ ବିଭିନ୍ନ ସଂଗଠନ ରଜ ଭଳି ନୂଆଁଖାଇରେ ମଧ୍ୟ ୩ ଦିନ ସରକାରୀ ଛୁଟି ପାଇଁ ଦୃଢ ଦାବି କରିଥିଲେ । ଜନ ପ୍ରତିନିଧିମାନେ ମଧ୍ୟ ସରକାରଙ୍କ ନିକଟରେ ଦାବି ଉଠାଇଥିଲେ । ନୂଆଁଖାଇ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଗତ ଶୁକ୍ରବାର ଚିଠି ଲେଖି ଜୟନାରୟଣ କହିଥିଲେ ଯେ, ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଅବସରରେ ୨ ଦିନ ସରକାରୀ ଛୁଟି ଦିଆଯାଉ । ଏହି ପର୍ବ ପାଇଁ କିନ୍ତୁ ଜିଲ୍ଲା ପ୍ରଶାସନ ସରକାରୀ କର୍ମଚାରୀ ଓ ଜନସାଧାରଣଙ୍କୁ ଗୋଟିଏ ଦିନ ଛୁଟି ମିଳୁଛି । ଯାହା ପର୍ଯ୍ୟାପ୍ତ ନୁହେଁ । ତେଣୁ ରାଜ୍ୟ ସରକାର ନୂଆଁଖାଇ ପାଇଁ ୨ ଦିନ ସ୍ଥାନୀୟ ‌ଛୁଟି ଘୋଷଣା କରାଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details