ଓଡିଶା

odisha

By

Published : Feb 8, 2020, 9:27 PM IST

ETV Bharat / state

ବଲାଙ୍ଗୀର ପୁଅ ହାଇକୋର୍ଟର ବିଚାରପତି, ଜିଲ୍ଲାରେ ଖୁସିର ମାହୋଲ

ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି ବଲାଙ୍ଗୀରର ସଞ୍ଜୀବ ପାଣିଗ୍ରାହୀ । ଯାହାକୁ ନେଇ ସମଗ୍ର ଜିଲ୍ଲାରେ ଖୁସିର ମାହୋଲ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

sanjib panigrahi as high court judge
ବଲାଙ୍ଗୀରର ପୁଅ ହାଇକୋର୍ଟର ବିଚାରପତି, ଜିଲ୍ଲାରେ ଖୁସିରେ ମାହୋଲ

ବଲାଙ୍ଗୀର: ହାଇକୋର୍ଟର ବିଚାରପତି ଭାବେ ସଞ୍ଜୀବ ପାଣିଗ୍ରାହୀ ନିଯୁକ୍ତି ପାଇଛନ୍ତି । ଯାହାକୁ ନେଇ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି । ପୂର୍ବରୁ ଅର୍ଥାତ ଅକ୍ଟୋବର 3 ତାରିଖ 2019ରେ ସୁପ୍ରିମକୋର୍ଟ କଲେଜିୟମ ତାଙ୍କ ନାଁ ହାଇକୋର୍ଟ ଜଜ ଭାବେ ସୁପାରିଶ କରିଥିଲେ । ଶୁକ୍ରବାର ତାଙ୍କର ନିଯୁକ୍ତି ନେଇ କେନ୍ଦ୍ରୀୟ ଆଇନ ମନ୍ତ୍ରଣାଳୟ ବିଧିବଦ୍ଧ ଘୋଷଣା କରିଥିଲେ ।

ବଲାଙ୍ଗୀରର ପୁଅ ହାଇକୋର୍ଟର ବିଚାରପତି, ଜିଲ୍ଲାରେ ଖୁସିରେ ମାହୋଲ

ଆସନ୍ତା ସୋମବାର ସେ ବିଧିବଦ୍ଧ ଭାବେ ଶପଥ ନେବେ । ଯାହାକୁ ନେଇ ଜିଲ୍ଲାରେ ଆନନ୍ଦର ଲହରି ଖେଳି ଯାଇଛି । ସଞ୍ଜୀବ ପାଣିଗ୍ରାହୀ ବଲାଙ୍ଗୀର ବାର ପୁରଗିଆ ଗାଁର ନିମାଇଁ ଚରଣ ପାଣିଗ୍ରାହୀ ପୁଅ । ସେ ଗାଁରେ ପ୍ରାଥମିକ ସ୍କୁଲରେ ପାଠ ପଢିବା ପରେ ଖୁଣ୍ଟ ପାଳି ଗାଁରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢିଥିଲେ ।

ପରେ ରାଜେନ୍ଦ୍ର କଲେଜରେ ପାଠ ପଢି ସମ୍ବଲପୁର ଆଇନ ବିଦ୍ୟାଳୟରେ ଏଲଏଲବି କରିବା ପରେ ବେଙ୍ଗାଲୁରୁରେ ଏଲଏଲଏମ କରିଛନ୍ତି । ବେଶ କିଛି ଦିନ ଓଡିଶା ହାଇକୋର୍ଟରେ ଓକିଲାତି କରିବା ପରେ ସୁପ୍ରିମକୋର୍ଟରେ ମଧ୍ୟ ଓକିଲାତି କରିଥିଲେ । ତେବେ ବର୍ତ୍ତମାନ ସେ ହାଇକୋର୍ଟ ବିଚାରପତି ଭାବରେ ଶପଥ ନେବେ । ବିଶେଷ କରି ବଲାଙ୍ଗୀର ଓକିଲ ସଂଘ ଏଥିରେ ଖୁସି ଥିବାବେଳେ ଏହା ଆମ ପାଇଁ ଗର୍ବ ବୋଲି କହିଛନ୍ତି ଜିଲ୍ଲାବାସୀ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details