ବଲାଙ୍ଗୀର: ନିଜ ନିଆରା କଳାକୃତି ପାଇଁ ପୁଣି ଚର୍ଚ୍ଚାରେ ରହିଛନ୍ତି ବାଲୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁ । ନେତାଜୀ ସୁବାଷ ବୋଷଙ୍କ 126 ତମ ଜନ୍ମ ବାର୍ଷିକୀରେ ସେ 36 ଫୁଟ ଉଚ୍ଚର ବାଲୁକା କଳା ତିଆରି କରିଛନ୍ତି । ଯେଉଁଥିରେ ସୁବାସ ବୋଷଙ୍କ ଭାସ୍କର୍ଯ୍ୟ କଳା ଦର୍ଶକଙ୍କ ମନ ମୋହୁଛି । ତେବେ ବଲାଙ୍ଗୀର ଜିଲ୍ଲା ତୁଷୁରା ତେଲ ନଦୀ ମୁହାଣ ପେଣ୍ଡି ମୁଣ୍ଡି ଘାଟରେ ସେ ଏହି ବିରାଟ ବାଲୁକା କଳା ପ୍ରସ୍ତୁତ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ:Silk City Festival: ସିଲ୍କସିଟି ମହୋତ୍ସବ ଉଦଘାଟିତ, 5ଦିନ ଧରି ଚାଲିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ
ଗୁଡ଼ଭେଲା ବିଡ଼ିଓ ଗଣେଶ୍ୱର ଭୋଇ ଓ ବଲାଙ୍ଗୀର ଡେପୁଟି ଜିଲ୍ଲାପାଳ ଏହି କଳାର ଉଦଘାଟନ କରିଛନ୍ତି । ସୁବାଷ ବୋଷଙ୍କ 126 ତମ ଜନ୍ମ ବାର୍ଷିକୀ ଓ ମକର ମେଳା ପାଇଁ ଓମ୍ ପ୍ରକାଶ ସାହୁ ଏହି କଳା ତିଆରି କରିଛନ୍ତି । ଏଥିରେ ନେତାଜୀ ସୁବାଷ ବୋଷଙ୍କ ସଂଗ୍ରାମ ତଥା ତାଙ୍କ କାର୍ଯ୍ୟକୁ ସେ କଳା ମାଧ୍ୟମରେ ଜୀବନ୍ତ କରିବାକୁ ପ୍ରୟାସ କରିଛନ୍ତି । ସେହିପରି ଏବେ ଏଠି ମକର ମେଳା ଚାଲିଥିବାରୁ ଏହାକୁ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ମଧ୍ୟ ଜମିଛି ।