ଓଡିଶା

odisha

By

Published : Mar 29, 2022, 7:58 AM IST

ETV Bharat / state

ସମିତିସଭ୍ୟାଙ୍କ ସ୍ବାମୀଙ୍କୁ ଗୁଳି କରି ହତ୍ୟା ଘଟଣା, 2 ଅଟକ

ନିର୍ବାଚନ ପରବର୍ତ୍ତୀ ହିଂସାରେ ପୁଣି ଫୁଟିଛି ଗୁଳି। ଯେଉଁଥିରେ ବଲାଙ୍ଗୀରର ଜଣେ ସମିତିସଭ୍ୟାଙ୍କ ସ୍ବାମୀଙ୍କୁ ଗୁଳି କରି ଦୁର୍ବୃତ୍ତମାନେ ହତ୍ୟା କରିଥିବା ଅଭିଯୋଗ ରହିଛି । ଅଧିକ ପଢ଼ନ୍ତୁ

samiti member murdered for political enmity in balangir
Post Poll Violence: ସମିତିସଭ୍ୟାଙ୍କ ସ୍ବାମୀଙ୍କୁ ଗୁଳି କରି ହତ୍ୟା

ବଲାଙ୍ଗୀର: ନିର୍ବାଚନ ପରବର୍ତ୍ତୀ ହିଂସାରେ ପୁଣି ଫୁଟିଛି ଗୁଳି। ଯେଉଁଥିରେ ବଲାଙ୍ଗୀରର ଜଣେ ସମିତିସଭ୍ୟାଙ୍କ ସ୍ବାମୀଙ୍କୁ ଗୁଳି କରି ଦୁର୍ବୃତ୍ତମାନେ ହତ୍ୟା କରିଥିବା ଅଭିଯୋଗ ରହିଛି । ବେଲପଡ଼ା ବ୍ଲକ ବାଗଡୋର ପଞ୍ଚାୟତ ସମିତିସଭ୍ୟା ବନିତା ବିଶ୍ବାଳଙ୍କ ସ୍ବାମୀ ଲୋକନାଥ ବିଶ୍ବାଳଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।

ମିଳିଥିବା ସୂଚନା ଅନୁସାରେ ଲୋକନାଥ ବିଶ୍ଵ ନିଜ ଗାଁ ଘର ବାଟରେ ବସିଥିବାବେଳେ ଦୁଇ ଜଣ ଦୁର୍ବୃତ୍ତ ଏକ କଳା ପଲସରରେ ଆସି ତାଙ୍କ ଉପରକୁ ତିନି ରାଉଣ୍ଡ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ବେଲପଡ଼ା ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଲାଠୋର ଥାନାରେ ଅଟକ ରଖିଥିବାବେଳେ ତଦନ୍ତ ଜାରି ରଖିଛି । ସେପଟେ ପରିବାର ଲୋକେ ଗାଁର ତିନି ଜଣ ଯୁବକ ଗିରିଧାରୀ ସା, ବସୁ ପ୍ରଧାନ ଓ ନୀୟନ୍ତ ବିଶ୍ଵାଳଙ୍କ ଉପରେ ଘର ଲୋକେ ସନ୍ଦେହ କରିଛନ୍ତି । ତେବେ ହତ୍ୟାକାଣ୍ଡ ପଛରେ ପ୍ରକୃତ କାରଣ ଏଯାଏଁ ଜଣା ପଡ଼ିନ ଥିବା ବେଳେ ଏହା ପୂର୍ବ ଶତ୍ରୁତା ନା ରାଜନୈତିକ ଶତ୍ରୁତା ତାହା ସ୍ପଷ୍ଟ ହୋଇନାହିଁ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details