ଓଡିଶା

odisha

ETV Bharat / state

ଡକାୟତି କରି ଚମ୍ପଟ୍‌ ମାରୁଥିଲେ, କାବୁ କଲା ବଲାଙ୍ଗୀର RPF ପୋଲିସ - ବଲାଙ୍ଗୀର 2 ଡକାୟତ ଗିରଫ

RPF ପୋଲିସକୁ ବଡ଼ ସଫଳତା । ଡକାୟତି ମାମଲାରେ ଫେରାର ଥିବା ଦୁଇ ଡକାୟତଙ୍କୁ କାବୁ କଲା ବଲାଙ୍ଗୀର ଆରପିଏଫ ପୋଲିସ । ନଗଦ 48 ହଜାର ଟଙ୍କା ଓ 16 ଲକ୍ଷ ଟଙ୍କାର ସୁନା ଗହଣା ଜବତ । ଅଧିକ ପଢ଼ନ୍ତୁ

ଡକାୟତି କରି ଫେରାର ଥିବା ଦୁଇ ଡକାୟତଙ୍କୁ କାବୁ କଲା ବଲାଙ୍ଗୀର ଆରପିଏଫ ପୋଲିସ
ଡକାୟତି କରି ଫେରାର ଥିବା ଦୁଇ ଡକାୟତଙ୍କୁ କାବୁ କଲା ବଲାଙ୍ଗୀର ଆରପିଏଫ ପୋଲିସ

By ETV Bharat Odisha Team

Published : Oct 15, 2023, 7:21 AM IST

ବଲାଙ୍ଗୀର: RPF ପୋଲିସକୁ ବଡ଼ ସଫଳତା । ଡକାୟତି ମାମଲାରେ ଫେରାର ଥିବା ଦୁଇ ଡକାୟତଙ୍କୁ କାବୁ କଲା ବଲାଙ୍ଗୀର ଆରପିଏଫ ପୋଲିସ । ନଗଦ 48 ହଜାର ଟଙ୍କା ଓ 16 ଲକ୍ଷ ଟଙ୍କାର ସୁନା ଗହଣା ଜବତ । ଦୁଇ ଅଭିଯୁକ୍ତଙ୍କୁ ନାଗପୁର ପୋଲିସକୁ ଦିଆଗଲା ଜିମା ।

ତେବେ ଡକାୟତି କରି ଫେରାର ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଟ୍ରେନ୍‌ରୁ ଗିରଫ କରିଛି ବଲାଙ୍ଗୀର RPF । ଅଭିଯୁକ୍ତ ଦୁଇଜଣ ଯୁବକ ମହାରାଷ୍ଟ୍ରର ନାଗପୁର ସିଟି ସ୍ଥିତ ଗୋଲ୍ଡ ସ୍ମିଥ କାରଖାନାରେ କାମ କରୁଥିଲେ । ସେଠି ଜଣ ବ୍ୟକ୍ତିଙ୍କ ଘରୁ ସୁନା ଗହଣା, ଟଙ୍କା ଓ ଅନ୍ୟାନ୍ୟ ଜିନିଷ ଡକାୟତି କରିଥିଲେ । ଏହାକୁ ନେଇ ସ୍ଥାନୀୟ କଡ଼କ ଗଞ୍ଜ ଥାନାରେ ଏକ ମାମଲା 609/ 2023ରେ ରୁଜୁ ହୋଇଥିଲା । ସେପଟେ ଏହି ଦୁଇ ଅଭିଯୁକ୍ତ ଡକାୟତି କରି ଫେରାର ଥିଲେ । କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ଆଜି ଡକାୟତମାନେ ଧାନବାଦ ଏଲେପୀ ଟ୍ରେନର ବି4 କୋଚରେ ଯାତ୍ରା କରି ଫେରାର ହେଉଥିବା ନେଇ ବଲାଙ୍ଗୀର RPFକୁ ସୂଚନା ଦେଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Delhi Gold Heist: ଛତିଶଗଡ଼ରୁ ହାଇପ୍ରୋଫାଇଲ ଚୋର ଗିରଫ, ଲୁଟିଥିଲା 25 କୋଟିର ଅଳଙ୍କାର

ସେପଟେ କେନ୍ଦ୍ରୀୟ ଗୁଇନ୍ଦା ତଥ୍ୟ ଆଧାରରେ ବଲାଙ୍ଗୀର RPF ଆଜି ବଲାଙ୍ଗୀର ଷ୍ଟେସନରେ ଟ୍ରେନରେ ଚଢାଉ କରି ଦୁଇ ଜଣଙ୍କୁ ଗିରଫ କରିଥିଲେ । ସେମାନଙ୍କଠାରୁ 16 ଲକ୍ଷ୍ୟ ଟଙ୍କାର ସୁନା ଗହଣା ଏବଂ ନଗଦ 48 ହଜାର ଟଙ୍କା ଓ ଚାରୋଟି ମୋବାଇଲ ଫୋନ୍ ପୋଲିସ ଜବତ କରିଛି । କେବେ ଅଭିଯୁକ୍ତ ଦୁଇ ଜଣ କଲିକତାର ନିବାସୀ ଅସଗର ମଣ୍ଡଳ ଓ ଜନବର ମଣ୍ଡଳ ବୋଲି ପୋଲିସ ସୂଚନା ଦେଇଛି । ସେହିପରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ନାଗପୁର ପୋଲିସକୁ ହସ୍ତାନ୍ତର କରା ଯାଇଥିବା RPF ପୋଲିସ ସୂଚନା ଦେଇଛି ।

ପୂର୍ବରୁ ବଲାଙ୍ଗୀର ସହର ମଧ୍ୟରେ ଥିବା ସ୍ୱପ୍ନା ଲଜ୍‌ ନିକଟ ଉପହାର ଗ୍ୟାଲେରୀ ଦୋକାନ ଉପର ମହଲାରେ ଏକ କୋଠରୀରେ ଡକାୟତମାନେ ଏକ ବଡ଼ ଡକାୟତି ଯୋଜନା କରିଥିବା ପୋଲିସ ସୂଚନା ପାଇଥିଲା । ଏହାପରେ ଅତର୍କିତ ଭାବରେ ସେଠି ଚଢ଼ାଉ କରିଥିଲା । ବଲାଙ୍ଗୀର ଏସ୍‌ପିଙ୍କ ସିଧାସଳଖ ତତ୍ୱାବଧାନର ଓ ନିର୍ଦ୍ଦେଶରେ ଏହି ଚଢ଼ାଉ ହୋଇଥିଲା । ଯେଉଁଥିରେ ୧୦ ଜଣଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା । ଗିରଫ ଅଭିଯୁକ୍ତଙ୍କଠାରୁ ଲୁହା ପାଇପ୍‌, ରଡ୍‌, ଖଣ୍ଡା, ଟାଙ୍ଗିଆ ଚେନ୍‌ ଭଳି ଅନେକ ମାରଣାସ୍ତ୍ର ପୋଲିସ ଜବତ କରିଥିଲା । ସେହିପରି ୫ ହଜାର ନଗଦ ଟଙ୍କା ଓ ୮ଟି ମୋବାଇଲ ମଧ୍ୟ ପୋଲିସ ଜବତ କରିଥିଲା ପୋଲିସ ।

ଇଟିଭି ଭାରତ, ବଲାଙ୍ଗୀର

For All Latest Updates

ABOUT THE AUTHOR

...view details