ଓଡିଶା

odisha

ETV Bharat / state

ବିବାହ ପ୍ରତିଶୃତି ଦେଇ ପ୍ରତାରଣା କଲେ RPF ଯବାନ, ଥାନାର ଦ୍ବାରସ୍ଥ ପ୍ରେମିକା - ଆରପିଏଫ ଯବାନଙ୍କ ବିରୋଧରେ ପ୍ରେମ ପ୍ରତାରଣାର ଅଭିଯୋଗ

ଆରପିଏଫ ଯବାନଙ୍କ ବିରୋଧରେ ପ୍ରେମ ପ୍ରତାରଣାର ଅଭିଯୋଗ । ନ୍ୟାୟ ପାଇଁ ଥାନାରେ ଦ୍ବାରସ୍ଥ ପ୍ରେମିକା । ଅଧିକ ପଢନ୍ତୁ

rpf jawan cheating girl on Promise of Marriage
rpf jawan cheating girl on Promise of Marriage

By

Published : Apr 30, 2023, 9:54 AM IST

rpf jawan cheating girl on Promise of Marriage

ବଲାଙ୍ଗୀର:ପ୍ରେମ-ପ୍ରତିଶୃତି-ପ୍ରତାରଣାକୁ ନେଇ ଆରପିଏଫ ପୋଲିସ କର୍ମଚାରୀଙ୍କ ବିରୋଧରେ ସାଙ୍ଗାତିକ ଅଭିଯୋଗ । ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖିବା ପରେ ପ୍ରେମିକାର ଗର୍ଭନଷ୍ଟ କରାଇଲେ ଯବାନ । ବିବାହ ନକରି ଠକି ଦେବାରୁ ଥାନାର ଦ୍ବାରସ୍ଥ ହେଲେ ଯୁବତୀ । ବଲାଙ୍ଗୀର ସିକେର ରେଳ ଷ୍ଟେସନରେ କାର୍ଯ୍ୟରତ ଥିବା ଆରପିଏଫ ପୋଲିସ କର୍ମଚାରୀ ପ୍ରଦୀପ ଦୀପଙ୍କ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ପ୍ରେମିକା । ଏନେଇ ଟିଟିଲାଗଡ ଥାନାରେ ସଂପୃକ୍ତ ଯୁବତୀ ଅଭିଯୋଗ କରିଛନ୍ତି ।

ଆରପିଏଫରେ ଥିବା ପ୍ରଦୀପ ଦୀପ ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ପାଖରେ ରଖିଥିଲେ । ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ । କିନ୍ତୁ ଔଷଧ ଦେଇ ଯବାନ ଜଣଙ୍କ ଯୁବତୀଙ୍କ ଗର୍ଭ ନଷ୍ଟ କରିଥିଲେ । ଏହାପରେ ସେ ବିବାହ ପାଇଁ ଜିଦ କରିବାରୁ ପୋଲିସ କର୍ମଚାରୀ ଜଣକ କିନ୍ତୁ ମନା କରିଦେଇଥିଲେ । ପରେ ସଂପୃକ୍ତ ଯୁବତୀ ଜଣଙ୍କ ଆରପିଏଫ ପୋଲିସ କର୍ମଚାରୀଙ୍କ ଘରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇବା ପରେ 2ମାସ ମଧ୍ୟରେ ବିବାହ ପାଇଁ ରାଜି ହୋଇଥିଲେ ପରିବାର ଲୋକେ।

ଏହା ମଧ୍ୟ ପଢନ୍ତୁ-ମୁଖ୍ୟମନ୍ତ୍ରୀଙ୍କ ସ୍ଥାନ ନେଇ ସାରିଛନ୍ତି ବାବୁ କହିଲେ ଧର୍ମେନ୍ଦ୍ର, ଜବାବ ରଖିଲା ବିଜେଡି

ହେଲେ ପରବର୍ତ୍ତୀ ସମୟରେ ପ୍ରଦୀପ ଓ ତାଙ୍କ ପରିବାର ଯୁବତୀଙ୍କୁ ନିର୍ଯାତନା ଦେବା ସହ ଘରୁ ବାହାର କରିଦେଇଥିଲେ । ଶେଷରେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଥିଲେ ଯୁବତୀ । ଗତ ଡ଼ିସେମ୍ବର ମାସ 17 ତାରିଖ 2022ରେ ଯବାନଙ୍କ ବିରୋଧରେ ଟିଟିଲାଗଡ ଥାନାରେ ସେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ତାଙ୍କୁ ଗିରଫ କରିନଥିଲା । ପରେ ତାଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ-ସିଏସଙ୍କ ଗୁରୁବାଣୀ; ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ ପାଇଁ ଓଏଏସ ପ୍ରୋବେସନରଙ୍କୁ ପରାମର୍ଶ

ଏହାପରେ ପ୍ରଦୀପ ପୁଣି ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଇଥିବା ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ। ହେଲେ ଏଥର ମଧ୍ୟ ପୋଲିସ କୌଣସି ପଦକ୍ଷେପ ନନେବାରୁ ଏବେ ପ୍ରଦୀପଙ୍କୁ ଗିରଫ କରାଯାଇ ମୋତେ ନ୍ୟାୟ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ଯୁବତୀ । ସେପଟେ ପ୍ରେମ ପ୍ରତାରଣାର ଶିକାର ହୋଇ ଅନେକ ଥର ପୋଲିସର ଦ୍ବାରସ୍ଥ ହୋଇ ମଧ୍ୟ ନ୍ୟାୟ ପାଇ ନଥିବାର ଅଭିଯୋଗ ଆଣିଛନ୍ତି ଯୁବତୀ । ତେବେ ଏହି ଘଟଣାକୁ ନେଇ ସଂପୃକ୍ତ ଆରପିଏଫ ପୋଲିସ କର୍ମଚାରୀ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ,ବଲାଙ୍ଗୀର

ABOUT THE AUTHOR

...view details