ଓଡିଶା

odisha

ETV Bharat / state

ଟାଙ୍କିରେ ପଡିଥିଲା ବଜ୍ରକାପ୍ତା, ଉଦ୍ଧାର କଲା ବନବିଭାଗ - ବଲାଙ୍ଗୀରରୁ ବଜ୍ରକାପ୍ତା ଉଦ୍ଧାର

ବଲାଙ୍ଗୀରରୁ ବଜ୍ରକାପ୍ତା ଉଦ୍ଧାର । ଖୋଲା ହୋଇଥିବା ଏକ ଟାଙ୍କିରେ ବଜ୍ରକାପ୍ତା ପଡିଯାଇଥିବା ବେଳେ ଉଦ୍ଧାର କଲା ବନବିଭାଗ । ଅଧିକ ପଢନ୍ତୁ

ଟାଙ୍କିରେ ପଡିଥିଲା ବଜ୍ରକାପ୍ତା, ଉଦ୍ଧାର କଲା ବନବିଭାଗ
ଟାଙ୍କିରେ ପଡିଥିଲା ବଜ୍ରକାପ୍ତା, ଉଦ୍ଧାର କଲା ବନବିଭାଗ

By

Published : Apr 15, 2022, 2:05 PM IST

ବଲାଙ୍ଗୀର:ବଲାଙ୍ଗୀରରୁ ବିଲୁପ୍ତ ପ୍ରାୟ ବଜ୍ରକାପ୍ତା ଉଦ୍ଧାର । ଏକ ଖୋଲା ହୋଇଥିବା ଏକ ଟାଙ୍କିରେ ବଜ୍ରକାପ୍ତା ପଡିଯାଇଥିବା ବେଳେ ଉଦ୍ଧାର କଲା ବନବିଭାଗ । ଗୁରୁବାର ରାତିରେ ବଲାଙ୍ଗୀର ଆରଟି ଓ ଅଫିସ ଛକ ନିକଟରେ ଥିବା ଜଣଙ୍କ ଘରେ ନୂଆ ଖୋଲା ହୋଇଥିବା ଏକ ଟାଙ୍କିରେ ଏକ ବଜ୍ରକାପ୍ତା ପଡିଥିବାର ବନ ବିଭାଗକୁ ସୂଚନା ମିଳିଥିଲା । ଖବରପାଇ ବଲାଙ୍ଗୀର ଫରେଷ୍ଟର ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ।

ଟାଙ୍କିରେ ପଡିଥିଲା ବଜ୍ରକାପ୍ତା, ଉଦ୍ଧାର କଲା ବନବିଭାଗ

ତେବେ ଉଦ୍ଧାର ହୋଇଥିବା ବାଜ୍ରକାପ୍ତାର ଓଜନ ପ୍ରାୟ 11 କିଲୋଗ୍ରାମ ରହିଥିବା ବେଳେ ବୟସ ୫ରୁ ୬ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କେଉଁଠୁ ଓ କିଭଳି ବଜ୍ରକପ୍ତା ସହରକୁ ଆସିଲା ତାର ତଦନ୍ତ ଚଳାଇଛି ଏବଂ ଉଦ୍ଧାର ବଜରକାପ୍ତାର ଆଶୁ ଚିକିତ୍ସା ପରେ ତାକୁ ନିକଟସ୍ଥ ଜଙ୍ଗଲରେ ଛଡା ଯିବା ନେଇ ଜଣେ ବନବିଭାଗ କର୍ମଚାରୀ ସୂଚନା ଦେଇଛନ୍ତି ।


ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details