ଓଡିଶା

odisha

ETV Bharat / state

କୋରୋନା ନୀତି ନିୟମରେ ପାଳନ ହେଲା ରମଜାନ - ବଲାଙ୍ଗିରରେ କୋରୋନା

ସବୁ କୋରୋନା ନୀତି ନିୟମରେ ବଲାଙ୍ଗିରରେ ପାଳନ ହେଲା ରମଜାନ ।

ramdan celebration during corona pandamic in bolangir
କୋରୋନା ନୀତି ନିୟମରେ ପାଳନ ହେଲା ରମଜାନ

By

Published : Apr 25, 2020, 4:23 PM IST

ବଲାଙ୍ଗୀର: ଆଜିଠୁ ଆରମ୍ଭ ହୋଇଛି ମୁସଲମାନ ମାନଙ୍କର ପବିତ୍ର ରମଜାନ ମାସ । ହେଲେ ଚଳିତ ବର୍ଷ ବଲାଙ୍ଗୀର ସବୁ ମୁସଲମାନ କୋରୋନା ନିୟମ ସହ ପାଳିଲେ ରମଜାନ। ଏହି ମାସରେ ଦାନ ଧର୍ମ ଓ ନିର୍ଜଳ ଉପବାସ ବା ରୋଜା ପାଇଁ ସମର୍ପିତ ଥାଆନ୍ତି ସବୁ ମୁସଲମାନ ।

କୋରୋନା ନୀତି ନିୟମରେ ପାଳନ ହେଲା ରମଜାନ

ସକାଳୁ ସ୍ଵର୍ଯ୍ୟୋଦୟ ପୂର୍ବରୁ ସମସ୍ତେ ସେହେରି କରି ନିର୍ଜଳ ଉପବାସ ଆରମ୍ଭ କରିଥାନ୍ତ । ଯାହା ସୁଯ୍ୟାସ୍ତ ପରେ ଇପିତାରିରେ ଭାଙ୍ଗିଥାନ୍ତି ଉପବାସ । ଏହି ପ୍ରକ୍ରିୟା ମାସ ତମାମ ଜାରି ରିହୁଥିବା ବେଳେ ସବୁ ମୁସଲମାନ ନିଜ ଘରେ ପାଞ୍ଚ ଟି ନମାଜ ପଢିବା ସହ ଦିନ ତମାମ ପବିତ୍ର ଗ୍ରନ୍ଥ କୋରାନ ପଢିଥାନ୍ତି ।

ନିୟମ ଅନୁସାରେ ଏକାଠି ମସଜିଦରେ ନମାଜ ପଢାଯାଏ। ହେଲେ ଏଥର କରୋନା ମହାମାରୀ ପାଇଁ ବଲାଙ୍ଗିର ସବୁ ମୁସଲମାନ ଭାଇମାନେ ନିଜ ନିଜ ଘରେ ନମାଜ ପାଠ କରୁଛନ୍ତି। ସମାନ ଭାବରେ ଏଠିକାର ମୁସଲିମ ସୁନ୍ନି ସଂଗଠନ ମଧ୍ୟ ଘରେ ନମାଜ ପଢିବା ସହ ରାମଜାନର ରୀତି ନିୟମ ମାନିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ସମସ୍ତେ ଘରେ ରହି କରୋନା କୁ ହରାଇବା ବୋଲି କହିଛନ୍ତି। କରୋନା ପାଇଁ ରମଜାନ ମାସ ପାଳନରେ ବ୍ୟତିକ୍ରମ ଆସିଛି ହେଲେ ନିଷ୍ଟାରେ କୌଣସି ଅଭାବ ନାହିଁ ।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details