ଓଡିଶା

odisha

ETV Bharat / state

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ମାନ୍ୟତା କାର୍ଯ୍ୟକାରୀ ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା - ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ମାନ୍ୟତା କାର୍ଯ୍ୟକାରୀ

ତୁରନ୍ତ ଚଳିତ ଶିକ୍ଷାବର୍ଷ 2019-20 ଠାରୁ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ମାନ୍ୟତା କାର୍ଯ୍ୟକାରୀ କରି ଛାତ୍ରଛାତ୍ରୀଙ୍କ ନାମ ଲେଖା ପାଇଁ ଦାବି କରିଛନ୍ତି ଆଦିବାସୀ ଅଧିକାର ମହାସଂଘ  ଓ ଭିଲେଜରସ୍‌ ଇଣ୍ଡିଆ ପାର୍ଟି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

By

Published : Aug 1, 2019, 8:44 PM IST

ବଲାଙ୍ଗୀର: ରାଜେନ୍ଦ୍ର କଲେଜକୁ ବିଶ୍ବବିଦ୍ୟାଳୟର ମାନ୍ୟତା ମିଳିଛି । ହେଲେ ଏଯାଏଁ ତାହା କେବଳ କାଗଜ କଲମରେ ସୀମିତ ହୋଇ ରହିଛି । ଏଠି ବର୍ତ୍ତମାନ ସୁଦ୍ଧା କୁଳପତି ନିଯୁକ୍ତି ହୋଇନାହାଁନ୍ତି । ତେଣୁ ଏହାକୁ ପ୍ରକୃତରେ ବିଶ୍ବବିଦ୍ୟାଳୟ ଭଳି କାର୍ଯ୍ୟକାରୀ କରିବା ସହ ଶୀଘ୍ର ସବୁ ପଦବୀ ପୂରଣ ଦାବି କରିଛନ୍ତି ଆଦିବାସୀ ଅଧିକାର ମହାସଂଘ ଓ ଭିଲେଜରସ୍‌ ଇଣ୍ଡିଆ ପାର୍ଟି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର


ଗୁରୁବାର ଦିନ ଭିଲେଜର ପାର୍ଟି ତରଫରୁ କଲେଜ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯାଇଛି । ଏବଂ ଲିଖିତ ପ୍ରତିଶୃତି ନପାଇବା ଯାଏଁ ଏହି ଧାରଣା ଜାରି ରହିବ ବୋଲି ବିକ୍ଷୋଭକାରୀମାନେ କହିଛନ୍ତି ।

ସୂଚନାଥାଉକି,ବଲାଙ୍ଗୀରର ରାଜେନ୍ଦ୍ର କଲେଜକୁ ଗତ 2018 ମସିହାରେ ରାଜ୍ୟ ସରକାର ବିଶ୍ବବିଦ୍ୟାଳୟର ମାନ୍ୟତା ଦେଇଛନ୍ତି । କିନ୍ତୁ ଏଯାଏଁ କୁଳପତି, ଡିନ୍‌ଙ୍କ ନିଯୁକ୍ତି ହୋଇନାହିଁ । ତେଣୁ ଚଳିତ ଶିକ୍ଷାବର୍ଷ 2019-20 ଠାରୁ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ମାନ୍ୟତା କାର୍ଯ୍ୟକାରୀ କରି ଛାତ୍ରଛାତ୍ରୀଙ୍କ ନାମ ଲେଖା ପାଇଁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣଧାରଣା ଦେଇଛନ୍ତି ଆଦିବାସୀ ଅଧିକାର ମହାସଂଘ ଓ ଭିଲେଜରସ୍‌ ଇଣ୍ଡିଆ ପାର୍ଟି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details