ଓଡିଶା

odisha

ETV Bharat / state

ତୁଟୁନି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଜମି ବିବାଦ, ରାଜ ପରିବାର ଓ ପ୍ରଶାସନକୁ ଦୋଷ ଦେଲେ ଲୋକେ - land dispute

ତୁଟୁନି ବଲାଙ୍ଗିର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଜମି ବିବାଦ ମାମଲା। ରାଜେନ୍ଦ୍ର କଲେଜ ନିକଟରେ ୟୁଜିସି ମାନ୍ୟତା ପାଇ ବିଶ୍ବବିଦ୍ୟାଳୟ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ହେଲେ ୟୁଜିସି ଗ୍ରାଣ୍ଟ ପାଇଁ ଦେଖା ଦେଇଛି ଜମି ସମସ୍ୟା । ଅଧିକ ପଢନ୍ତୁ...

ତୁଟୁନି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଜମି ବିବାଦ, ରାଜା ପରିବାର ଓ ପ୍ରଶାସନକୁ ଦୋଷ ଦେଲେ ଲୋକେ
ତୁଟୁନି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଜମି ବିବାଦ, ରାଜା ପରିବାର ଓ ପ୍ରଶାସନକୁ ଦୋଷ ଦେଲେ ଲୋକେ

By

Published : Aug 31, 2021, 10:12 AM IST

ବଲାଙ୍ଗୀର: ତୁଟୁନି ବଲାଙ୍ଗିର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଜମି ବିବାଦ ମାମଲା। ଜମି କାଗଜପତ୍ର ନା ବିଶ୍ଵବିଦ୍ୟାଳୟରେ ଅଛି ନା ତହସିଲ ଅଫିସରେ। ଏପଟେ ରାଜେନ୍ଦ୍ର କଲେଜ ନିକଟରେ ୟୁଜିସି ମାନ୍ୟତା ପାଇ ବିଶ୍ବବିଦ୍ୟାଳୟ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ହେଲେ ୟୁଜିସି ଗ୍ରାଣ୍ଟ ପାଇଁ ଦେଖା ଦେଇଛି ଜମି ସମସ୍ୟା । କାରଣ ସର୍ବପୁରାତନ ଶିକ୍ଷାନୁଷ୍ଠାନ କୁହାଯାଉଥିବା ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ନାଁରେ କୌଣସି ଜମି ପଟ୍ଟା ନାହିଁ ।

ତୁଟୁନି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଜମି ବିବାଦ, ରାଜା ପରିବାର ଓ ପ୍ରଶାସନକୁ ଦୋଷ ଦେଲେ ଲୋକେ

ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାକୁ 77 ବର୍ଷ ହୋଇଥିଲେ ମଧ୍ୟ ବିଶ୍ଵବିଦ୍ୟାଳୟ ନାମରେ ଇଞ୍ଚେ ବି ଜମିର ପଟ୍ଟା ନାହିଁ। ଏବେ ବିଶ୍ବବିଦ୍ୟାଳୟ ଦଖଲରେ ପାଖାପାଖି 50 ଏକର ଜମି ରହିଥିବା ବେଳେ ସେଥିମଧ୍ୟରୁ 7 ଏକର ଜମିରେ ବିଶ୍ବବିଦ୍ୟାଳୟ କୋଠା ରହିଛି । ତେବେ କଲେଜ ଅଛି ହେଲେ ଏହା ନାଁ ରେ ଜମି ପଟ୍ଟା ନାହିଁ । ଯାହା ପାଇଁ ଏଠିକାର ଲୋକେ ଉଭୟ ରାଜା ପରିବାର ଓ ପ୍ରଶାସନକୁ ଦୋଷ ଦେଇଛନ୍ତି।

1944 ମସିହାରେ ରାଜେନ୍ଦ୍ର କଲେଜର ପ୍ରତିଷ୍ଠା କରିଥିଲେ ତତ୍କାଳୀନ ପାଟଣା ମହାରାଜ ରାଜେନ୍ଦ୍ର ନାରାୟଣ ସିଂହ ଦେଓ। ଏବଂ ଏଥିପାଇଁ ସେ 248 ଏକର ଜମି ଦାନ କରିଥିଲେ। ସେପଟେ କଲେଜ ପ୍ରତିଷ୍ଠା ପାଇଁ ଜମି ଦାନ କରିଥିବା ରାଜ ପରିବାର ଏହି ସବୁ ଜମିର ରେକର୍ଡ ଥିବାର କହିଛନ୍ତି। ଏବଂ ଏହା ସମ୍ବଲପୁର ତଥା କଟକ ରେକର୍ଡ ଅଫିସରେ ନିହାତି ଭାବରେ ଥିବ ବୋଲି ପରିବାର ଲୋକେ କହିଛନ୍ତି। ତେବେ ପ୍ରଶାସନ ଏହା ଖୋଜି ବାହାର କରିବା ସହ ଜବର ଦଖଲ ହୋଇଥିବା ଜମିକୁ ଶୀଘ୍ର କଲେଜକୁ ହସ୍ତାନ୍ତର କରାଯାଉ ବୋଲି ରାଜ ପରିବାର କହିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details