ବଲାଙ୍ଗୀର: କୋରୋନା ଦୋହଲାଇ ଦେଲା ଜୀବନ ଜୀବିକା । ବନ୍ଦ ହୋଇଗଲା ବ୍ୟବସାୟ । ପେଟପାଟଣା ପାଇଁ ରାଜ୍ୟ ବାହାରୁ ଆସି ବ୍ୟବସାୟ କରନ୍ତି । ହେଲେ ଲକ ଡାଉନ ଯୋଗୁଁ ସବୁ ଫସର ଫାଟି ଯାଇଛି। ଉତ୍ତରପ୍ରଦେଶରୁ ବଲାଙ୍ଗୀରକୁ ଆସିଥିବା ଉଠା ଦୋକାନୀମାନେ ବ୍ୟବସାୟ ପାଇଁ ଆସିଥିଲେ । ହେଲେ,ଲକ ଡାଉନ ଯୋଗୁଁ ରୋଜଗାର ବନ୍ଦ ହୋଇଯାଇଛି ।
ବଲାଙ୍ଗୀରରେ ଫସିଛନ୍ତି ୟୁପିର ଉଠା ଦୋକାନୀ ଓ ଆଇସକ୍ରିମ ବ୍ୟବସାୟୀ - ବଲାଙ୍ଗୀରରେ ଫସିଛନ୍ତି ଉଠା ଦୋକାନୀ ଓ ଆଇସକ୍ରିମ ବ୍ୟବସାୟୀ
ବଲାଙ୍ଗୀରରେ ଫସିଛନ୍ତି ଉତ୍ତର ପ୍ରଦେଶର ଉଠା ଦୋକାନୀ ଓ ଆଇସକ୍ରିମ ବ୍ୟବସାୟୀ । ଖାଇବା ପାଇଁ ପାଉ ନାହାଁନ୍ତି ଦାନା । ପ୍ରଶାସନ ସାହାଯ୍ଯ କରୁ ନ ଥିବା ଅଭିଯୋଗ। ଅଧିକ ପଢନ୍ତୁ....
ହେଲେ, ଉତ୍ତରପ୍ରଦେଶରୁ ଆସିଥିବା ତିନୋଟି ପରିବାର ପ୍ରାୟ 35 ଜଣ ସଦସ୍ୟ ଲକ ଡାଉନ ପାଇଁ ଏଠାରେ ଫସି ଯାଇଛନ୍ତି । ବେପାର ବନ୍ଦ ହୋଇଯାଇଥିବାରୁ ଏମାନେ ଏବେ ଘୋର ସମସ୍ୟାରେ ଅଛନ୍ତି । ଏପଟେ ତାଙ୍କ ପାଖରେ ଖାଇବା ପାଇଁ ରାସନ ନଥିବା ବେଳେ ମହିଳାମାନେ ଏଠିସେଠ ଖାଇବା ଯୋଗାଡ଼ କରିବା ପାଇଁ ହାତ ପତାଉଛନ୍ତି। ତେବେ ଏଭଳି ପରିସ୍ଥିରେ ସେମାନେ ନିଜ ରାଜ୍ୟକୁ ଫେରିବାକୁ ଚାହିଁଥିଲେ, ହେଲେ ପାଖରେ ପଇସା ନ ଥିବାରି ଫେରି ପାରୁ ନାହାଁନ୍ତି । ସେପଟେ ସାହାଯ୍ୟ ପାଇଁ ଏମାନେ ଜିଲ୍ଲା ପ୍ରଶାସନକୁ ଗୁହାରି କରି ମଧ୍ୟ କୌଣସି ସାହାଯ୍ୟ ପାଇ ନଥିବା ଅଭିଯୋଗ ହୋଇଛି । ଫଳରେ ସେମାନଙ୍କ ମଧ୍ୟରୁ ତିନି ଜଣ ନିଜ ରାଜ୍ୟକୁ ଚାଲି ଚାଲି ଯାଇଥିବା ସୂଚନା ମିଳିଛି ।
ବଲାଙ୍ଗୀରରୁ ଏସ.କେ ମହମ୍ମହ ଓ୍ବାହିଦ,ଇଟିଭି ଭାରତ