ଓଡିଶା

odisha

ETV Bharat / state

ପୁଇଁତଳା ବିଡିଓ ଅପହରଣ ମାମଲାର ପର୍ଦ୍ଦାଫାସ - exposed

ପୁଇଁତଳା ବିଡିଓ ଅପହରଣ ମାମଲାରେ ପର୍ଦ୍ଦାଫାସ କରିଛି ପୋଲିସ । ତେବେ ତାଙ୍କ ଅପହରଣରେ କଂଗ୍ରେସ କର୍ମୀଙ୍କ ହାତ ଥିଲା । ଘଟଣାଟି ସାମନାକୁ ଆସିବା ପରେ କଂଗ୍ରେସ ଦଳର କର୍ମୀ ସନ୍ତୋଷ ଖୁରାଣ୍ଡିଙ୍କୁ ଏବେ ଦଳରୁ ବହିଷ୍କୃତ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

By

Published : Mar 30, 2019, 12:14 AM IST


ବଲାଙ୍ଗିର: ପୁଇଁତଳା ବିଡିଓ ଅପହରଣ ମାମଲାରେ ପର୍ଦ୍ଦାଫାସ କରିଛି ପୋଲିସ । ସାରା ଦେଶରେ ନିର୍ବାଚନୀ ମାହେଲା ଥିବା ବେଳେ କାର୍ଯ୍ୟରତ ବିଡିଓଙ୍କୁ ଅପହରଣ ଘଟଣା ପ୍ରଶାସନରେ ହଇଚଇ ସୃଷ୍ଟି କରିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଶୁକ୍ରବାର ବଲାଙ୍ଗୀର ପୁଇଁନ୍ତଳା ବ୍ଲକର ବିଡିଓ ସରୋଜ ମିଶ୍ର ନିଜ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ ୧୦ରୁ ଅଧିକ ଦୁର୍ବୁତ୍ତ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ପସି ତାଙ୍କୁ ଅପହରଣ କରିଥିଲେ । ଆଉ ଅପହରଣ କରିବାର ତରିକା ଫିଲ୍ମ ଷ୍ଟାଇଲରେ ଥିଲା । କିନ୍ତୁ ଅପହରଣର କିଛି ସମୟ ପରେ ବିଡିଓଙ୍କୁ ଛାଡି ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ । ଉଦ୍ଧାର ପରେ ବିଡିଓ କୌଣସି କଥାକୁ ନେଇ ମୁହଁ ଖୋଲି ନଥିଲେ । ମାତ୍ର ପୋଲିସ ଓ ନିଜେ ଜିଲ୍ଲାପାଳ ନିଜ ପକ୍ଷରୁ ଘଟଣାର ତଦନ୍ତ ଜାରି ରଖିଥିଲେ ।

ଘଟଣାକୁ ନେଇ ଏସପିଙ୍କ କହିବାନୁଯାୟୀ. ବିଡିଓଙ୍କ ଯେଉଁ ସ୍କର୍ପିଓ ଗାଡିରେ ଅପହରଣ କରାଯାଇଥିଲା ସେହି ଗାଡିଟି ବଲାଙ୍ଗିର କଂଗ୍ରେସ ଦଳର କର୍ମୀ ସନ୍ତୋଷ ଖୁରାଣ୍ଡିଙ୍କ ଥିଲା । ତେବେ ତାଙ୍କ ଅପହରଣରେ ସନ୍ତୋଷଙ୍କ ହାତ ଥିବା ଘଟଣାଟି ସାମନାକୁ ଆସିବା ପରେ ତାଙ୍କୁ ଏବେ ଦଳରୁ ବହିଷ୍କୃତ କରାଯାଇଛି ।

ବଲାଙ୍ଗିରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details