ବଲାଙ୍ଗୀର: ରାସ୍ତା ଖଣ୍ଡିଏ ପାଇଁ ସବୁଠି ନିବେଦନ କରି ଥକିଗଲେ ଗ୍ରାମବାସୀ । ନେତା ପ୍ରଶାସନ କେହି ଶୁଣିଲେ ନାହିଁ । ଭଲ ରାସ୍ତା ଖଣ୍ଡେ ପାଇଁ ବାଧ୍ୟ ହୋଇ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବଞ୍ଜି ବ୍ଲକରେ ।
ବଲାଙ୍ଗୀର କଣ୍ଟାବାଞ୍ଜି ସଦର ମହକୁମା ରୁ ମାତ୍ର ତିନି କିଲୋମିଟର ଦୂରରେ ଥିବା ବେହେରେନ୍ ସିଲେଟ ଗ୍ରାମକୁ ଯିବ ଆସିବା ପାଇଁ ମାତ୍ର ଗୋଟିଏ ରାସ୍ତା ଥିବା ବେଳେ ତାହାର ଅବସ୍ଥା ଅତି ଶୋଚନୀୟ ହୋଇଛି। ସମ୍ପୂର୍ଣ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଥିବା ବେଳେ ସବୁ ବେଳେ ପାଣି ଜମି ରହିଛି। ଯାହାଫଳରେ ଦୈନନ୍ଦିନ କାମ ପାଇ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଛାତ୍ର ଛାତ୍ରୀ ସ୍କୁଲ ଯାଇ ପାରୁନାହାନ୍ତି । ରାସ୍ତା ଅବସ୍ଥା ଭଲ ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଟିଏ ଆସିପାରୁନାହିଁ ।