ବଲାଙ୍ଗୀର: ନିର୍ମାଣ ଶ୍ରମିକ ସଂଘ ଆଜି ବଲାଙ୍ଗୀର ଶ୍ରମ ବିଭାଗ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ନିର୍ମାଣ ଶ୍ରମିକ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନୀତି ଅନୁସାରେ ପଞ୍ଜିକୃତ କିନ୍ତୁ କୌଣସି ସୁବିଧା ସୁଯୋଗ ମିଳୁନଥିବାର ଅଭିଯୋଗ କରିଛନ୍ତି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର ବଲାଙ୍ଗୀର ନିର୍ମାଣ ଶ୍ରମିକ ସଂଘ ଆଜି ବଲାଙ୍ଗୀର ଶ୍ରମ ବିଭାଗ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଏଥିରେ ଶତାଧିକ ଗୃହ ଓ କୋଠାବାଡି ନିର୍ମାଣ ଶ୍ରମିକ ସାମିଲ ହୋଇଥିଲେ । ତେବେ ଦୀର୍ଘ ସମୟ ଧରି ଶ୍ରମ ବିଭାଗ କାର୍ଯ୍ୟାଳୟକୁ ଘେରାଉ କରି ଆଠ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ।
ଜିଲ୍ଲାରେ ମୋଟ 30 ହଜାରରୁ ଉର୍ଦ୍ଧ୍ବ ନିର୍ମାଣ ଶ୍ରମିକ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନୀତି ଅନୁସାରେ ପଞ୍ଜିକୃତ ହୋଇଛନ୍ତି । କୌଣସି ସୁବିଧା ସୁଯୋଗ ମିଳୁନଥିବାର ଅଭିଯୋଗ କରିଛନ୍ତି । ଯେଉଁଥିରେ ନିର୍ମାଣ ଶ୍ରମିକର ଶିଶୁଙ୍କୁ ପାଠ ପଢାଇବା,ମେଧାବୀ ଛାତ୍ର ଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ 40 ହଜାର ଟଙ୍କା ପ୍ରଦାନ କରିବା, ଝିଅ ବାହା କରିବା ପାଇଁ ସହାୟତା ପ୍ରଦାନ କରିବା ତଥା ଶ୍ରମିକଙ୍କୁ ସାଇକେଲ ପ୍ରଦାନ ଇତ୍ୟାଦି ଠିକରେ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ କରିଛନ୍ତି । ଏହି ସବୁ ଦାବି ପୂରଣ ନହେଲେ ଆଗାମୀ ଦିନରେ ଏମାନେ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି । ଜିଲ୍ଲା ଶ୍ରମ ଅଧିକାରୀ ନିୟମ ଅନୁଯାୟୀ ଯାହା ବ୍ୟବସ୍ଥା ମଧ୍ୟରେ ରହିଛି ସବୁ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ