ବଲାଙ୍ଗୀର:ବିଭିନ୍ନ ସମସ୍ୟା ନେଇ ଚାଷୀଙ୍କ ବିରାଟ ମେଳି । ବଲାଙ୍ଗୀରରେ ଚାଷୀଙ୍କ ଲାଗି ରହିଥିବା ସମସ୍ୟା ପ୍ରତି ସରକାରଙ୍କ ଉଦାସୀନତାକୁ ନେଇ ବିର୍ଷିଲେ ଚାଷୀନେତା । ତୁରନ୍ତ ସମସ୍ୟା ସମାଧାନ ନହେଲେ ଆଗକୁ ବିରାଟ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । କୃଷି ବୀମା ଓ ଜିଲ୍ଲାରେ ଚାଷୀଙ୍କ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଲଢେଇ ପାଇଁ ବଲାଙ୍ଗୀର ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ପରିପ୍ରେକ୍ଷୀରେ ସହସହ ଚାଷୀ ଯୋଗ ଦେଇଥିଲେ । ଜିଲ୍ଲାର ୩୧୭ଟି ପଞ୍ଚାୟତର ଚାଷୀ ଗତ ୨ ବର୍ଷ ହେବ ଫସଲ ବୀମା ଟଙ୍କା ପାଇ ନାହାନ୍ତି । ଯାଦାଦ୍ବାରା ସେମାନେ ଜିଲ୍ଲା ତମାମ ଆନ୍ଦୋଳନ କରୁଛନ୍ତି । ହେଲେ ସରକାର ଏମାନଙ୍କ ଦାବି ଶୁଣୁନଥିବା ଚାଷୀନେତାମାନେ ଅଭିଯୋଗ କରିଛନ୍ତି । ସମାନ ଭାବରେ ଜଳସେଚନ ସୁବିଧା ନଥିବା, ସାର କଳାବଜାରୀ ଓ ଧାନ କିଣାରେ ବ୍ୟାପକ ଦୁର୍ନୀତିରେ ଚାଷୀ ପେଶି ହେଉଥିବା ବେଳେ ଆଗକୁ ଏମାନେ ବିରାଟ ଚାଷୀ ଆନ୍ଦୋଳନ କରିବା ପାଇଁ ବଲାଙ୍ଗୀରରେ ଏକତ୍ରିତ ହୋଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ:ବଲାଙ୍ଗୀର ଦେବୋତ୍ତର ବିଭାଗରେ ଦୁର୍ନୀତି, ଧାରଣାରେ ସୂଚନା ଅଧିକାର କର୍ମୀ