ଓଡିଶା

odisha

ETV Bharat / state

ସ୍ବାସ୍ଥ୍ୟସେବାର ନଗ୍ନଚିତ୍ର: ଆସିଲାନି ଆମ୍ବୁଲାନ୍ସ, ରାସ୍ତା କଡରେ ଯାଆଁଳା ଶିଶୁ ଜନ୍ମ ଦେଲେ ମହିଳା - non availability of ambulance

ଜନନୀ ଯନ୍ତ୍ରଣାର ବିକଳ ଚିତ୍ର । ଆମ୍ବୁଲାନ୍ସ ନ ଆସିବାରୁ ରାସ୍ତାରେ ପ୍ରସବ କଲେ ଗର୍ଭବତୀ । ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ର ସାମ୍ନାକୁ ଆସିଛି ବଲାଙ୍ଗୀର ଟିଟିଲାଗଡ ଅଞ୍ଚଳରୁ । ଜଣେ 20 ବର୍ଷୀୟା ଗର୍ଭବତୀ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ରାସ୍ତାକଡରେ ଯାଆଁଳା ଶିଶୁ ଜନ୍ମ ଦେଇଛନ୍ତି ।

ରାସ୍ତା କଡରେ ଜନ୍ମ ଦେଲେ ମହିଳା
ରାସ୍ତା କଡରେ ଜନ୍ମ ଦେଲେ ମହିଳା

By ETV Bharat Odisha Team

Published : Sep 27, 2023, 2:59 PM IST

ଆସିଲାନି ଆମ୍ବୁଲାନ୍ସ, ରାସ୍ତା କଡରେ ଶିଶୁ ଜନ୍ମ

ବଲାଙ୍ଗୀର:ଜନନୀ ଯନ୍ତ୍ରଣାର ବିକଳ ଚିତ୍ର । ଆମ୍ବୁଲାନ୍ସ ନ ଆସିବାରୁ ରାସ୍ତାରେ ପ୍ରସବ କଲେ ଗର୍ଭବତୀ । ସ୍ବାସ୍ଥ୍ୟସେବାର ନଗ୍ନ ଦୃଶ୍ୟ ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଅଞ୍ଚଳରୁ । ଜଣେ 20 ବର୍ଷୀୟା ଗର୍ଭବତୀ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ରାସ୍ତାକଡରେ ଯାଆଁଳା ଶିଶୁ ଜନ୍ମ ଦେଇଛନ୍ତି । ସୌଭାଗ୍ୟବଶତଃ ମାଆ ଓ ନବଜାତଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ରହିଥିବା ଡାକ୍ତର କହିଛନ୍ତି ।

ସ୍ୱାସ୍ଥ୍ୟସେବାକୁ ସରକାରଙ୍କ ମାଳ ମାଳ ଯୋଜନା । ଶିଶୁ ଜନ୍ମଠୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ଥିବା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ହେଲେ ସବୁ ଯୋଜନା ଯେମିତି ଏଠି ଫେଲ୍‌ ମାରିଛି । ଠିକଣା ସମୟରେ ଆମ୍ବୁଲାନ୍ସ ନଆସିବାରୁ ରାସ୍ତାରେ ପ୍ରସବ କରିଛନ୍ତି ମହିଳା । ସେପଟେ ଖବର ପାଇ ଟିଟିଲାଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାଆ ଓ ଶିଶୁଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ମାଆ ଓ ଶିଶୁ ଦୁଇଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି l

ଏହାମଧ୍ଯ ପଢନ୍ତୁ..ଆସିଲାନି ଆମ୍ବୁଲାନ୍ସ, ନବଜାତ ଶିଶୁକନ୍ୟାକୁ ଧରି ନାଳ ପାର ହେଲେ ପ୍ରସୂତି

ତେବେ ଟିଟିଲାଗଡ଼ ସହରରୁ ମାତ୍ର ଦୁଇ କିଲୋମିଟର ଦୂରରେ ରହିଥିବା କୁମୁଡା ଗାଁର ଅମିତ ଶବରଙ୍କ ଗର୍ଭବତୀ ସ୍ତ୍ରୀ ବିନ୍ଦିଆ ଶବରଙ୍କ ପ୍ରସବ ପୀଡା ହେବାରୁ ତାଙ୍କ ସ୍ୱାମୀ ଏନେଇ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନା ଓ ଆମ୍ବୁଲାନ୍ସକୁ ଫୋନ କରିଥିଲେ l ହେଲେ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରେ ଆମ୍ବୁଲାନ୍ସ ନ ଥିବାରୁ 35 କିଲୋମିଟର ଦୂରରେ ଥିବା ସଇଁତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆମ୍ବୁଲାନ୍ସ ପାଇଁ କୁହାଯାଇଥିଲା l ହେଲେ ସଇଁତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆମ୍ବୁଲାନ୍ସ ଆସିବାକୁ ଘଣ୍ଟାଏରୁ ଊର୍ଦ୍ଧ୍ବ ସମୟ ଲାଗିଥିବା ବେଳେ ପ୍ରସବ ବେଦନାରେ ବିନ୍ଦିଆ ଶବର ଛଟପଟ ହେଉଥିବା ଦେଖି ରାସ୍ତା କଡରେ ହିଁ ତାଙ୍କ ସମ୍ପର୍କୀୟ ମାନେ ବେଡ଼ସିଟରେ ବାଡ଼ ଦେଇ ପ୍ରସବ କରାଇଥିବା ଦେଖିବାକୁ ମିଳିଥିଲା l

ସେପଟେ ଏଭଳି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବୁଦ୍ଧିଜୀବୀ ମହଲରେ ଘଟଣାକୁ କଡା ନିନ୍ଦା କରାଯାଇଛି । ଅନ୍ୟପଟେ ଘଟଣାକୁ ନେଇ ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଭାଗର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details