ଓଡିଶା

odisha

ETV Bharat / state

ବଲାଙ୍ଗୀରରେ ସ୍ବତନ୍ତ୍ର ଶ୍ରମିକ ଟ୍ରେନରେ ପୁଣି ଜଣେ ମହିଳାଙ୍କ ପ୍ରସବ - bolangir latest news

ତେଲେଙ୍ଗାନାରୁ ବାହାରି ବଲାଙ୍ଗୀର ଆସୁଥିବା ଶ୍ରମିକ ସ୍ବତନ୍ତ୍ର ଟ୍ରେନରେ ଏକ ମହିଳା ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି । ଟିଟିଲାଗଡ଼ ଷ୍ଟେସନରେ ଟ୍ରେନକୁ ରଖାଯିବା ସହ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଥିଲେ । ଅଧିକ ପଢନ୍ତୁ...

pregnant-lady-delivered-baby-in-sramik-special-train-from-telengana-to-bolangir
ବଲାଙ୍ଗୀରରେ ଶ୍ରମିକ ସ୍ବତନ୍ତ୍ର ଟ୍ରେନରେ ପୁଣି ଜଣେ ମହିଳାଙ୍କ ପ୍ରସବ

By

Published : Jun 5, 2020, 8:22 PM IST

ବଲାଙ୍ଗୀର: ଶ୍ରମିକ ମାନଙ୍କ ଘର ବାହୁଡ଼ା ଜାରି ରହିଥିବା ବେଳେ ତାଙ୍କ ଘଟିଥିବା ବିଭିନ୍ନ ଘଟଣା ସାମ୍ନାକୁ ଆସୁଛି । ବଲାଂଗୀର ସ୍ବତନ୍ତ୍ର ଶ୍ରମିକ ଟ୍ରେନରେ ପୁଣି ଜଣେ ମହିଳାଙ୍କ ପ୍ରସବ । ଶ୍ରମିକ ସ୍ବତନ୍ତ୍ର ଟ୍ରେନରେ ପୁଣି ଜଣେ ଗର୍ଭବତୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଟ୍ରେନଟି ଗତକାଲି ତେଲେଙ୍ଗାନାରୁ ବଲାଂଗୀର ଆସୁଥିବା ବେଳେ ଏଥିରେ ଆସୁଥିବା ଏକ ପରିବାରର ମହିଳାଙ୍କୁ ରାସ୍ତାରେ ପ୍ରସବ ବେଦନା ହୋଇଥିଲା । ପରିବାର ଲୋକେ ଟିଟିଲାଗଡ଼ ଷ୍ଟେସନରେ ପହଞ୍ଚିବା ପରେ ଆରପିଏଫକୁ ଜଣାଇବା ପରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ମହିଳା ଓ ଶିଶୁର ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଥିଲେ । ମା ଓ ଶିଶୁକୁ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ବଲାଙ୍ଗୀରରେ ଶ୍ରମିକ ସ୍ବତନ୍ତ୍ର ଟ୍ରେନରେ ପୁଣି ଜଣେ ମହିଳାଙ୍କ ପ୍ରସବ

ବର୍ତ୍ତମାନ ମା ଓ ଶିଶୁ ଦୁଇ ଜଣ ସୁସ୍ଥ ଥିବା ଜଣା ପଡିଛି । ଏହି ପରିବାର ବଲାଂଗୀର ଜିଲ୍ଲା ବେଲପଡା ବ୍ଲକ୍ ଠୁଡିବାହାଲ୍ ଗ୍ରାମର ହୋଇଥିବା ବେଳେ ସଂପୃକ୍ତ ମହିଳା ମୀନା ଛୁରା ବୋଲି ପରିଚୟ ମିଳିଛି । ସେପଟେ ଏମାନଙ୍କୁ ରେଳ ବିଭାଗ ବିଶେଷ ସାହାଯ୍ୟ କରିଥିବା ବେଳେ ରେଳ ଅଫିସର୍ ସଂଘ ପକ୍ଷରୁ ଏହି ପରିବାରକୁ ପାଞ୍ଚ ହଜାର ଟଙ୍କା ସାହାଯ୍ୟ ରାଶି ପ୍ରଦାନ କରାଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ABOUT THE AUTHOR

...view details