ଓଡିଶା

odisha

ETV Bharat / state

ଥିଲା ବାଲାଙ୍କୁ ‘ଆବାସ’, ନଥିବା ଲୋକ ଅସହାୟ

ଲାଞ୍ଚ ଦେଇ ଥିଲା ବାଲା ଘର ପାଉଛନ୍ତି ଏବଂ ଯେଉଁ ମାନେ ପ୍ରକୃତ ହିତାଧିକାରୀ ସେମାନେ ଏଥିରୁ ବଞ୍ଚିତ ହେଉଛନ୍ତି। ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଦାବି କରିଛନ୍ତି ପାଣ୍ଡେଲ ଗ୍ରାମବାସୀ । ଅଧିକ ପଢନ୍ତୁ...

ଥିଲା ଵାଲାଙ୍କୁ ଆବାସ ଯୋଜନା, ନଥିବା ଲୋକ ଅସହାୟ
ଥିଲା ଵାଲାଙ୍କୁ ଆବାସ ଯୋଜନା, ନଥିବା ଲୋକ ଅସହାୟ

By

Published : Oct 15, 2020, 10:40 PM IST

ବଲାଙ୍ଗୀର:ଥିଲା ବାଲାଙ୍କୁ ଆବାସ ଯୋଜନାରେ ଘର ମିଳୁଥିବା ବେଳେ ନଥିବା ଲୋକ ଅସହାୟ । ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ପାଣ୍ଡେଲ ଗ୍ରାମରୁ । ଏଠି ଲାଞ୍ଚ ଦେଇ ଥିଲା ବାଲା ଘର ପାଉଛନ୍ତି । ଏବଂ ଅନ୍ୟ ମାନେ ଯେଉଁ ମାନେ ପ୍ରକୃତ ହିତାଧିକାରୀ ସେମାନେ ଏଥିରୁ ବଞ୍ଚିତ ହେଉଛନ୍ତି । ସ୍ଥାନୀୟ ବ୍ଲକ ଓ ସରପଞ୍ଚ ସମସ୍ତେ କେବଳ ପ୍ରତିଶୃତି ଦେଉଥିବା ବେକେ ତାହା ବର୍ଷ ବର୍ଷ ବିତିଲେ ମଧ୍ୟ ଗରିବ ଘର ପାଇବାରୁ ବଞ୍ଚିତ ଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଥିଲା ଵାଲାଙ୍କୁ ଆବାସ ଯୋଜନା, ନଥିବା ଲୋକ ଅସହାୟ

ଏହି ଅଭିଯୋଗ ନେଇ ଗୁରୁବାର ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆସି ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି। ଏବଂ ତାଙ୍କ ଗାଁ ରେ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିର ତଦନ୍ତ ସହ ତାଙ୍କୁ ଶୀଘ୍ର ଘର ଯୋଗାଇ ଦେବାକୁ ଦାବି କରିଛନ୍ତି ।

ବଲାଙ୍ଗୀରରୁ ଏସ.କେ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details