ବଲାଙ୍ଗୀର:ଅଫଲାଇନ ପରୀକ୍ଷାକୁ ବିରୋଧ କଲେ ପଲିଟେକନିକ ଛାତ୍ରଛାତ୍ରୀ। ବଲାଙ୍ଗୀର ଗନ୍ଧମାର୍ଦ୍ଦନ ପଲିଟେକନିକ କଲେଜର ଛାତ୍ରଛାତ୍ରୀ ମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତେବେ ଆଗକୁ ହେବାକୁ ଥିବା ଅଫଳାଇନ ପରୀକ୍ଷାକୁ ବିରୋଧ କରି ଅନଲାଇନ ପରୀକ୍ଷା କରିବା ପାଇଁ ଦାବି କରିଛନ୍ତି।
ଅଫଲାଇନ ପରୀକ୍ଷାକୁ ବିରୋଧ କରି ପଲିଟେକନିକ ଛାତ୍ରଛାତ୍ରୀଙ୍କ ପ୍ରତିବାଦ - bolnagir latest news
ଅଫଲାଇନ ପରୀକ୍ଷାକୁ ବିରୋଧ କରି ବଲାଙ୍ଗୀର ଗନ୍ଧମାର୍ଦ୍ଦନ ପଲିଟେକନିକ କଲେଜର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ । କ୍ଲାସ ଅନଲାଇନରେ ହେଉଥିବାବେଳେ ପରୀକ୍ଷା କାହିଁକି ଅଫଲାଇନ କରାଯାଉଛି ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ କରିଛନ୍ତି । ଅଧିକ ପଢନ୍ତୁ...

ସାରା ଦେଶରେ ଦିନକୁ ଦିନ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସ୍କୁଲ,କଲେଜ ସହ ବିଭିନ୍ନ ଧନ୍ଦାମୂଳକ କଲେଜରେ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି । ବଲାଙ୍ଗୀର ଗନ୍ଧମାର୍ଦ୍ଦନ ପଲିଟେକନିକ କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ଅନଲାଇନରେ କ୍ଲାସ କରୁଛନ୍ତି । ସବୁ କ୍ଳାସ ଅନଲାଇନରେ ହୋଇଥିବା ବେଳେ ପରୀକ୍ଷା କାହିଁକି ଅଫଲାଇନ ହେଉଛି ତାକୁ ଏ ନେଇ ଏମାନେ ପ୍ରଶ୍ନ କରିଛନ୍ତି। ଆଜି କଲେଜର ଶତାଧିକ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ କରିବା ସହ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଦାବି ପୂରଣ ନହେବା ଯାଏଁ ଏମାନେ ଆନ୍ଦୋଳରୁ ଓହରିବେ ନାହିଁ ବୋଲି କହିଛନ୍ତି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ