ଓଡିଶା

odisha

ETV Bharat / state

ବିକାଶ ନାଁରେ ଜୋର ଧରୁଛି ରାଜନୀତି, ମୁହାଁମୁହିଁ କଂଗ୍ରେସ ବିଜେପି - ମୁହାଁମୁହିଁ କଂଗ୍ରେସ ବିଜେପି

ବଲାଙ୍ଗୀରରେ ବିକାଶ ନାଁରେ ଜୋର ଧରୁଛି ରାଜନୀତି । ଆରୋପ ପ୍ରତ୍ୟାରୋପ ବଢିବାରେ ଲଗିଛି । ବିଧାୟକ ପୌରପରିଷଦ ନାଁରେ ଆଭିଯୋଗ ଆଣୁଥିବା ବେଳେ ଏହାକୁ ଖଣ୍ଡନ କରି ପାଲଟା ଆଭିଯୋଗ କରୁଛି ପୌରପରିଷଦ । ଅଧିକ ପଢ଼ନ୍ତୁ

ବଲାଙ୍ଗୀରରେ ବିକାଶ ନାଁରେ ଜୋର ଧରୁଛି ରାଜନୀତି
ବଲାଙ୍ଗୀରରେ ବିକାଶ ନାଁରେ ଜୋର ଧରୁଛି ରାଜନୀତି

By

Published : Jun 8, 2023, 5:50 PM IST

ବଲାଙ୍ଗୀରରେ ବିକାଶ ନାଁରେ ଜୋର ଧରୁଛି ରାଜନୀତି

ବଲାଙ୍ଗୀର: ବଲାଙ୍ଗୀର ଐତିହାସିକ ମହାରାଣୀ ସାଗରର ପୁନରୁଦ୍ଧାର କାର୍ଯ୍ୟକୁ ନେଇ ମୁହାଁମୁହିଁ କଂଗ୍ରସ ଓ ବିଜେଡି । ବଲାଙ୍ଗୀର ବିକାଶ ନାଁରେ କିଛି ବି କାର୍ଯ୍ୟ କରାଯାଉ ନଥିବା ଅଭିୟଯୋଗ ଆଣିଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ସେହିପରି ବଲାଙ୍ଗୀରର ଐତିହାସିକ ମହାରାଣୀ ସାଗରର ପୁନରୁଦ୍ଧାର ପାଇଁ ଟଙ୍କା ଆସି ପଡ଼ି ରହିଥିବା ବେଳେ ପୌର ପରିଷଦ କାମ କରୁ ନଥିବାର ଅଭିଯୋଗ ଆଣିଛନ୍ତି । ସେପଟେ ପୌରପରିଷଦ କାଉନସିଲ ଏହାକୁ ଅସ୍ବୀକାର କରିବା ସହ ଓଲଟା ବିଧାୟକଙ୍କ ନାଁରେ ଅଭିଯୋଗ କରିଛନ୍ତି ।

ବଲାଙ୍ଗୀର ବିକାଶକୁ ନେଇ ଏବେ ବିଧାୟକ ନସରସିଂହ ମିଶ୍ର ଓ ବଲାଙ୍ଗୀର ପୌରପରିଷଦ କାଉନସିଲ ମୁହାଁମୁହିଁ ହୋଇଛନ୍ତି । ବିଧାୟକ ନରସିଂହ ମିଶ୍ର ଅଭିଯୋଗ ଅନୁସାରେ, "ବଲାଙ୍ଗୀର ବିକାଶ ପାଇଁ ଵିଭିନ୍ନ ପ୍ରକଳ୍ପ ଉନ୍ନତି ଓ ନୂଆ ନିର୍ମାଣ ପାଇଁ ଟଙ୍କା ଆସୁଛି । ହେଲେ ପୌରପରିଷଦ କାଉନସିଲ ପାଇଁ ତାର କାମ ନହୋଇ ପଡି ରହିଛି । ଉଦାହରଣ ଭାବରେ ସେ ବଲାଙ୍ଗୀର ଐତିହାସିକ ମହାରାଣୀ ସାଗର କଥା ଉଠାଇଛନ୍ତି । ବନ୍ଧର ବିକାଶ ପାଇଁ ରାଜ୍ୟ ସରକାର ପ୍ରଥମେ 20 କୋଟି ଓ ପରେ 2 କୋଟି ମୋଟ 22 କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ଯେଉଁଥିରେ ଏହି ସାଗରର ପୁନରୁଦ୍ଧାର ସାଙ୍ଗକୁ ତାର ସୌନ୍ଦର୍ଯ୍ୟକରଣ କାମ ହେବା କଥା । ହେଲେ ଏହାର ଶିଳାନ୍ୟାଶ ସାରିଥିଲେ ମଧ୍ୟ କାମ ଆରମ୍ଭ ହୋଇ ପାରୁ ନାହିଁ। ଯାହା ଫଳରେ ଟଙ୍କା ପଡି ରହିଛି । ବଲାଙ୍ଗୀରର ଜନ ସାଧାରଣ ଏହି ସାଗର ଉପରେ ନିର୍ଭର କରୁଥିବା ବେଳେ ଏବେ ଏହାର ପାଣି ବ୍ୟବହାର ଯୋଗ୍ୟ ହୋଇ ନାହିଁ ।"

ସେପଟେ ପୌର ପରିଷଦ କାଉନସିଲ ବିଧାୟକଙ୍କୁ କାଉଣ୍ଟର କରିଛି । ପୌର ଅଧ୍ୟକ୍ଷା କହିଛନ୍ତି, "ପୂର୍ବରୁ ପ୍ରସ୍ତୁତ ଡି.ପିଆର ରେ ତ୍ରୁଟି ଥିବା ବେଳେ ଏବେ ତାର ନୂଆ ଡ଼ି.ପିଆର ପ୍ରସ୍ତୁତ ହୋଇଛି । ଯେଉଁଥିରେ ବେଙ୍ଗାଲୁରୁରୁ ଟେକ୍ନିସିଆନ ଆସି ଏହାର ତଦାରଖ କରିଛନ୍ତି । ମେ' 30 ତାରିଖରେ 12 କୋଟି ଟଙ୍କା ଆସିଛି । ଏବଂ ଖୁବ ଶୀଘ୍ର ଏହାର କାମ ହେବ ବୋଲି କାଉନ୍ସିଲ କହିଛି । ତେବେ ବିଧାୟକ ଲୋକଙ୍କୁ ଭୁଲ ତଥ୍ୟ ଦେଇ ପୌର ପରିଷଦ କାଉନସିଲ ଓ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରୁଛନ୍ତି ବୋଲି ଏମାନେ ପାଲଟା ଅଭିଯୋଗ ଆଣିଛନ୍ତି । ବଲଙ୍ଗୀର ମହାରାଣୀ ସାଗର ହେଉ କିମ୍ବା ଲକ୍ଷ୍ମୀ ଜୋର ନାଳ କିମ୍ବା ଅନ୍ୟ ବିକାଶ ମୂଳକ କାମ ହେଉ ସବୁଥିରେ ବିଧାୟକ ଖାଲି ମିଥ୍ୟ ଆରୋପ ଲଗାଉଛନ୍ତି ।"

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details