ଓଡିଶା

odisha

ETV Bharat / state

ବ୍ରାଣ୍ଡ ଅସଲି, ଡ୍ରେସ ନକଲି: ଆଉ ଏକ କପଡା ଗୋଦାମରେ ପୋଲିସର ଚଢାଉ - ଅସଲି ବ୍ରାଣ୍ଡର ନକଲି ସାର୍ଟ ଓ କପଡ଼ା ଜବତ

କପଡା ଗୋଦାମରେ ପୋଲିସର ଚଢାଉ । 30 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଅସଲି ବ୍ରାଣ୍ଡର ନକଲି ସାର୍ଟ ଓ କପଡ଼ା ଜବତ । ଅଧିକ ପଢନ୍ତୁ

ବ୍ରାଣ୍ଡ ଅସଲି, ଡ୍ରେସ ନକଲି
ବ୍ରାଣ୍ଡ ଅସଲି, ଡ୍ରେସ ନକଲି

By ETV Bharat Odisha Team

Published : Sep 1, 2023, 11:06 AM IST

ବ୍ରାଣ୍ଡ ଅସଲି, ଡ୍ରେସ ନକଲି

ବଲାଙ୍ଗୀର: ଜିଲ୍ଲାର ମାତିଛନ୍ତି ଠକ ବ୍ୟବସାୟୀ । ଗ୍ରାହକଙ୍କୁ ଅସଲି ବ୍ରାଣ୍ଡ ନାମରେ ନକଲି ଡ୍ରେସ ବିକ୍ରି କରି ହେଉଥିଲେ ମାଲେମାଲ । ଏବେ ଗୋଟିଏ ପରେ ଗୋଟିଏ ଦୋକାନରେ ଚଢାଉ କରି ନକଲି ଡ୍ରେସ ଜବତ କରିବା ସହ ବ୍ୟବସାୟୀଙ୍କୁ ଗିରଫ କରୁଛି ପୋଲିସ । ଗୁରୁବାର ବଲାଙ୍ଗୀର ଭାଲେର ଛକରେ ଖଲିଆ ପାଲି ଠାରେ ଥିବା ଏକ କପଡ଼ା ଗୋଦାମରେ ଚଢାଉ କରି 30 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସାର୍ଟ ଓ କପଡ଼ା ଜବତ କରିଛି ପୋଲିସ । ଏହି ଗୋଦାମରେ ଶସ୍ତା କପଡ଼ା ଉପରେ ଅସଲି ନାମୀ ଦାମୀ ବ୍ରାଣ୍ଡର ଷ୍ଟିକର ଓ ଲୋଗୋ ଲଗାଇ ଗ୍ରାହକଙ୍କୁ ବିକ୍ରି କରାଯାଉଥିଲା । ଆଗକୁ ପାର୍ବଣ ଋତୁ ଥିବାରୁ ବ୍ୟବସାୟୀ ମାନେ ଅଧିକ ଟଙ୍କା ପାଇବା ଆଶାରେ ଗ୍ରାହକଙ୍କୁ ଏପରି ଢଙ୍ଗରେ ଠିକିବା ପାଇଁ ଯୋଜନା କରିଥିବା ପୋଲିସ କହିଛି । ଏହି ଠକ ବ୍ୟବସାୟୀ ମାନେ ଜିଏସଟି ଫାଙ୍କୁ ଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଛି ।

ଏହା ମଧ୍ୟ ପଢନ୍ତୁ-ବର୍ଷବର୍ଷ ଧରି ଚାଲିଥିଲା ଅସଲି ବ୍ରାଣ୍ଡ ନାଁରେ ନକଲି ଡ୍ରେସ୍‌ ବିକ୍ରି, ବ୍ୟବସାୟୀ ଗିରଫ

ବଲାଙ୍ଗୀର ଏସଡିପିଓ ତୁଫାନ ବାଗ କହିଛନ୍ତି ଯେ, ଅସଲି ବ୍ରାଣ୍ଡ ଲଗାଇ ନକଲି କପଡା ବ୍ୟବସାୟୀ କରାଯାଉଥିବା ନେଇ ମୁମ୍ବାଇର ଲେବିଶ ନେଟ୍ରିକା କନ୍ସଲଟିଂ ପ୍ରାଇଭେଟ୍‌ କମ୍ପାନୀ ପକ୍ଷରୁ ଦୀପକ କୁମାର ଗୁପ୍ତା ଟାଉନ୍‌ ଥାନାରେ ଏହାର ଅଭିଯୋଗ କରିଥିଲେ । ଏସ୍‌ପିଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ଗଠନ କରାଯାଇ ବଲାଙ୍ଗୀରର ଏକ ବଡ଼ କପଡ଼ା ଦୋକାନ ଉପରେ ଚଢାଉ କରାଯାଇଥିଲା । ପ୍ରଥମେ ନ୍ୟୁ ଲଖାନୀ ଗାର୍ମେଣ୍ଟରେ ପୋଲିସ ଚଢାଉ କରି 43 ଲକ୍ଷ ଟଙ୍କାର ନକଲି କପଡ଼ା ଜବତ କରିଥିଲା । ଯେଉଁଥିରେ ସାର୍ଟ, ଜିନ୍ସ ପ୍ୟାଣ୍ଟ୍ ଓ ଟ୍ରାକ ପ୍ୟାଣ୍ଟ୍ ଥିଲା। ଏହି ଘଟଣାରେ ତଦନ୍ତ ଜାରି ରଖି ଗୁରୁବାର ବଲାଙ୍ଗୀର ଭାଲେର ଛକରେ ଖଲିଆ ପାଲି ଠାରେ ଥିବା କପଡ଼ା ଗୋଦାମରେ ଚଢାଉ ହୋଇଥିଲା । ସେଠାରେ ଶସ୍ତା କପଡ଼ା ଉପରେ ଅସଲି ନାମୀ ଦାମୀ ବ୍ରାଣ୍ଡର ଷ୍ଟିକର ଓ ଲୋଗୋ ଲଗାଇ ବିକ୍ରୟ କରାଯାଉଥିଲା । ଏଠାରୁ 30 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସାର୍ଟ ଓ କପଡ଼ା ଜବତ ହୋଇଛି ।

ଏସଡିପିଓ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବ୍ୟବସାୟୀ ମାନେ ବ୍ୟାପକ ମାତ୍ରାରେ ଜିଏସଟି ଠକେଇ କରିଥିବା ଜଣାପଡିଛି । ଜିଏସଟି ବିଭାଗକୁ ଏହାର ତଦନ୍ତ ପାଇଁ କୁହାଯାଇଛି । ଛକ ବ୍ୟବସାୟୀଙ୍କ ତିନୋଟି ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ କରାଯାଇଛି । ଆଗକୁ ଗୋଦାମଟି ବୈଧ ନା ଅବୈଧ ଭାବେ ନିର୍ମାଣ କରାଯାଇଛି ତାର ମଧ୍ୟ ଯାଞ୍ଚ କରାଯିବ । ଅବୈଧ ଥିଲେ ବୁଲଡୋଜ ସାହାଯ୍ୟରେ ଗୋଦାମକୁ ଭଙ୍ଗାଯିବ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାଜେଶ ଲଖାନିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଆଗକୁ ମଧ୍ୟ ଏହି ଘଟଣାରେ ତଦନ୍ତ ଜାରି ରହିବ ଓ କୌଣସି ଅସାଧୁ ବ୍ୟବସାୟୀ ଏଥିରେ ବର୍ତ୍ତିବେ ନାହିଁ ବୋଲି କହିଛନ୍ତି ବଲାଙ୍ଗୀର ଏସଡିପିଓ ତୁଫାନ ବାଗ ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details