ଓଡିଶା

odisha

ETV Bharat / state

ପୋଲିସ ପଞ୍ଝାରେ ସିରିଜ ଚେନ ଲୁଟର ମାଷ୍ଟରମାଇଣ୍ଡ

ବଲାଙ୍ଗୀର ସହରରେ ଦୀର୍ଘ କିଛି ଦିନ ହେବ ସିରିଜ ଚେନ ଲୁଟର ଅଭିଯୋଗ ହୋଇ ଆସୁଥିଲା । ତେବେ ପୋଲିସ ଏହି ସବୁ ମାମଲାର ତଦନ୍ତ କରୁଥିବା ବେଳେ ଏହାର ମୁଖ୍ୟ ତଥା ମାଷ୍ଟର ମାଇଣ୍ଡକୁ ଧରିବାରେ ସଫଳ ହୋଇଛି ।

By

Published : Jun 3, 2019, 4:12 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ସହରରେ ଦୀର୍ଘ କିଛି ଦିନ ହେବ ସିରିଜ ଚେନ ଲୁଟର ଅଭିଯୋଗ ହୋଇ ଆସୁଥିଲା । ତେବେ ପୋଲିସ ଏହି ସବୁ ମାମଲାର ତଦନ୍ତ କରୁଥିବା ବେଳେ ଏହାର ମୁଖ୍ୟ ତଥା ମାଷ୍ଟର ମାଇଣ୍ଡକୁ ଧରିବାରେ ସଫଳ ହୋଇଛି । ଧରାପଡିଥିବା ମୁଖ୍ୟ ଅଭିଯୁକ୍ତ ସୁବର୍ଣ୍ଣପୁର ଜିଲ୍ଲାର ହୋଇଥିବା ବେଳେ ସେ ଓ ତାର ସହଯୋଗୀ ବଲାଙ୍ଗୀରର ବିଭିନ୍ନ ସ୍ଥାନରେ ଲୁଟ ଭଳି ଏକାଧିକ ମାମଲରେ ସମ୍ପୃକ୍ତ ଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବଲାଙ୍ଗୀର

ସୁବର୍ଣ୍ଣପୁର ସହର ଝୁପଡିପଡାର ବିଶ୍ବଜିତ ନନ୍ଦ ଓରଫ ରାଜା ମାର୍ଚ୍ଚ ମାସରୁ ବଲାଙ୍ଗୀରରେ ରହି ଆସୁଥିଲା । ଏଠାରେ ତାର ସହଯୋଗୀ ମାନଙ୍କ ସହ ମିଶି ଆତଙ୍କ ଖେଳାଇଥିଲା । ଲୋକଙ୍କ ବେକରୁ ସୁନା ଚେନ ଲୁଟ ସହ ଏକ ଫାଇନାନ୍ସ କମ୍ପାନୀର ଏଜେଣ୍ଟକୁ ମଧ୍ୟ ଏମାନେ ଲୁଟ କରିଥିବାର ପୋଲିସ ଜାଣିବାକୁ ପାଇଛି । ତେବେ ଏମାନେ କେବଳ ବଲାଙ୍ଗୀରର ମୋଟ ୯ଟି ଲୁଟ ମାମଲାରେ ଜଡିତ ଥିବାର ପୋଲିସ କହିଛି ।

ସେହିପରି ଚେନ ଲୁଟ ପରେ ଏହି ସୁନା ଚେନ କିଣୁଥିବା ସହରର ନରେନ୍ଦ୍ର ସାହୁଙ୍କୁ ପୋଲିସ ଗିରଫ କରିବା ସହ ତା’ଠାରୁ କିଛି ସୁନା ପୋଲିସ ଜବତ କରିଛି । ତେବେ ମୁଖ୍ୟ ଅଭିଯୁକ୍ତ ବିଶ୍ବଜିତ ନନ୍ଦ ନାଁରେ ବଲାଙ୍ଗୀର ଟାଉନ ପୋଲିସ କେସ ନମ୍ବର ୧୫୦, ୧୫୧, ୧୫୨, ୧୫୬, ୨୪୪, ୨୪୫ ରୁଜୁ କରିଥିବା ବେଳେ ପୁଇଁନ୍ତଳାରେ କେସ ନମ୍ବର ୫୦, ଲୋଇସିଂହାରେ କେସ ନମ୍ବର ୨୭ ଓ ବୋଡେନରେ କେସ ନମ୍ବର ୨୪୧ରେ ମାମଲା ରୁଜୁ ହୋଇଛି । ସେହିପରି ଅଭିଯୁକ୍ତ ଠାରୁ ଏକ ଚୋରା ପଲସର ବାଇକ ମଧ୍ୟ ପୋଲିସ ଜବତ କରିଥିବା ବେଳେ ଏହି ସବୁ ମାମଲାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details