ଓଡିଶା

odisha

ETV Bharat / state

ବିପଦରେ ବନ୍ୟ ଜୀବଜନ୍ତୁ: ବଢୁଛି ଶିକାରୀଙ୍କ ଉତ୍ପାତ, କାର୍ଯ୍ୟାନୁଷ୍ଠାନ ଶୂନ

ଲୋପ ପାଇବାକୁ ବସିଛି ବନ୍ୟଜନ୍ତୁଙ୍କ ବଂଶ । ଅବାଧ ପଶୁ ଶିକାର ହିଁ ସାଜିଛି ମୁଖ୍ୟ କାରଣ । ନିରବଦ୍ରଷ୍ଟା ବନ ବିଭାଗ । ଅଧିକ ପଢନ୍ତୁ...

poaching case increased in Balangir  as forest department stands doll
ବିପଦରେ ବନ୍ୟ ଜୀବଜନ୍ତୁ: ବଢୁଛି ଶିକାରୀଙ୍କ ଉତ୍ପାତ, କାର୍ଯ୍ୟାନୁଷ୍ଠାନ ଶୂନ

By

Published : Feb 20, 2021, 10:46 PM IST

ବଲାଙ୍ଗୀର : ଲୋପ ପାଇବାକୁ ବସିଛି ବନ୍ୟଜନ୍ତୁଙ୍କ ବଂଶ । ଅବାଧ ପଶୁ ଶିକାର ହିଁ ସାଜିଛି ମୁଖ୍ୟ କାରଣ । ମଣିଷ ନିଜ ଜିଭର ଲାଳସା ମେଣ୍ଟାଇବା ପାଇଁ ହେଉ କି ଦି ପଇସା ରୋଜଗାର ପାଇଁ କରି ଚାଲିଛି ବନ୍ୟଜନ୍ତୁଙ୍କ ସର୍ବନାଶ । ଦିନେ ଯେଉଁ ଜଙ୍ଗଲରେ ମହାବଳ ବାଘ, ହାତୀଙ୍କ ସମତେ ଅନ୍ୟାନ୍ୟ ପଶୁଙ୍କ ଭୟଙ୍କର ଗର୍ଜନରେ ଥରିଉଠୁଥିଲା ଜଙ୍ଗଲ । ସେଠି ଏବେ କାଁ ଭାଁ ବନ୍ୟଜନ୍ତୁଙ୍କୁ ଦେଖିବାକୁ ବି ମିଳୁନି । ସ୍ଥାଣୁ ପାଲଟିଛି ବନ ବିଭାଗ । ହାତଗଣତି କିଛି ମାମଲାକୁ ଛାଡିଦେଲେ କାର୍ଯ୍ୟାନୁଷ୍ଠାନ ଏକ ପ୍ରକାର ଶୂନ ।

ବିପଦରେ ବନ୍ୟ ଜୀବଜନ୍ତୁ: ବଢୁଛି ଶିକାରୀଙ୍କ ଉତ୍ପାତ, କାର୍ଯ୍ୟାନୁଷ୍ଠାନ ଶୂନ
ବଲାଙ୍ଗୀର ଜିଲ୍ଲାରେ ଏବେ ମୋଟ 23 ପ୍ରତିଶତ ଜଙ୍ଗଲ ରହିଛି। ଯେଉଁଥିରେ ବର୍ତ୍ତମାନ 26 ହଜାର 329 ସ୍କୋୟାର କିଲୋମିଟର ରିଜର୍ଭ ଜଙ୍ଗଲ ରହିଛି । ସେହିପରି ଅନ୍ୟପଟେ 68 ହଜାର 787 ଏକର ଜଙ୍ଗଲ ରହିଛି। ସରକାରଙ୍କ କଡା ଆଇନ କାନୁନ ସତ୍ବ ମଧ୍ୟ ଯନ୍ତୁ ଶିକାରରେ ଲାଗୁନି ରୋକ । ବଲାଙ୍ଗୀର ଜଙ୍ଗଲରେ ଏବେବି ବାରହା, ହରିଣ, କୁଟୁରା, ହାତୀ ଓ କଲରାପତିରିଆ ବାଘର ଶୀକାର ହେଉଛି । ଶିକାରୀ ଜନ୍ତୁଙ୍କୁ ମାରିବା ପାଇଁ କେତେବେଳେ ଫାସ ପକାଉଛି ତ ଆଉ କେତେବେଳେ ବିଦ୍ୟୁତ ତାରର ସାହାର୍ଯ୍ୟ ନେଉଛି । ସଇଁତଳା ବଡ଼ମାଳ ଠାରେ ଏକ ଚିତା ବାଘର ଶିକାର ଓ ଲୋଇସିଂହା ବକଟିରେ ବିଦ୍ୟୁତ୍ ତାର ଲଗାଇ ଦୁଇ ହାତୀଙ୍କ ଶିକାର ଭଳି କିଛି ମାତ୍ର ମାମଲା ବନ ବିଭାଗର ଆଖିକୁ ଆସିଛି। ତେବେ, ବନ ବିଭାଗ 2017ରୁ ଏପର୍ଯ୍ୟନ୍ତ ମାତ୍ର 16ଟି ଶିକାର ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇଛି। ଏଥିରେ 12ରୁ ଅଧିକ ଶିକାରୀ ଗିରଫ ହୋଇଥିବାର ବନ ବିଭାଗ ସୂଚନା ଦେଇଛି। କିଛି ମାମଲାରେ ଶିକାରୀ ପାଖରୁ ବନ୍ଧୁକ ଜବତ ହୋଇଛି ।ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details