ଓଡିଶା

odisha

By

Published : Apr 22, 2022, 3:02 PM IST

ETV Bharat / state

ବଲାଙ୍ଗୀରରୁ ବୈଦନାଥ ଧାମ ଯାଉଥିବା ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗସ୍ତ, ୪୦ ଆହତ

ବଲାଙ୍ଗୀରରୁ ଦେଓଘର ବାବା ବୈଦନାଥ ଧାମ ଅଭିମୁଖେ ଯାଉଥିବା ତୀର୍ଥ ଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ । 40 ଜଣ ଯାତ୍ରୀ ଆହତ, 3 ଜଣ ଗୁରୁତର । ବସ୍‌ରେ ବଲାଙ୍ଗୀର ସହରର ବିଭିନ୍ନ ଅଞ୍ଚଳରୁ 55 ଜଣ ଯାତ୍ରୀ ଥିଲେ । ଅଧିକ ପଢ଼ନ୍ତୁ

Pilgrim bus accident in ranchi
ରାଞ୍ଚିରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗସ୍ତ

ବଲାଙ୍ଗୀର:ଏଠାରୁ ଦେଓଘର ବାବା ବୈଦନାଥ ଧାମ ଅଭିମୁଖେ ଯାଉଥିବା ତୀର୍ଥ ଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।ଝାଡଖଣ୍ଡର ରାଜଧାନୀ ରାଞ୍ଚି ନିକଟରେ ବସ୍‌ଟି ଦ୍ରୁତଗତିରେ ଯାଉଥିବା ବେଳେ ପୂର୍ବରୁ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଯାହା ଫଳରେ ବସ୍‌ରେ ଥିବା 40 ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ତେବେ ଆହତଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଆହତ ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ରାଞ୍ଚିରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗସ୍ତ

ଦୁର୍ଘଟଣାଗ୍ରସ୍ତ ବସ୍‌ଟି ବଲାଙ୍ଗୀରରୁ ଝାଡ଼ଖଣ୍ଡ ରାଜ୍ୟ ଦେବଘର ବାବା ଧାମ ଅଭିମୁଖେ ତୀର୍ଥ ପାଇଁ ଯାଉଥିଲା । ବସ୍‌ଟି ଦ୍ରୁତଗତିରେ ଯାଇ ପୂର୍ବରୁ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ବସ୍‌ରେ ବଲାଙ୍ଗୀର ସହରର ବିଭିନ୍ନ ଅଞ୍ଚଳରୁ 55 ଜଣ ଯାତ୍ରୀ ଥିଲେ । ସେପଟେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା କରାଇବା ସହ ବଲାଙ୍ଗୀର ଫେରାଇବାର ବ୍ୟବସ୍ଥା କରୁଥିବା ଜଣାପଡ଼ିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details