ଓଡିଶା

odisha

ETV Bharat / state

ଏକାଧିକ ମୃତଦେହ ପୋଡ଼ିବା ଘଟଣା: ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର - ହାଇକୋର୍ଟ ଜନସ୍ବାର୍ଥ ମାମଲା ଦାୟର

ଏକାଧିକ କୋରୋନା ରୋଗୀଙ୍କ ମୃତଦେହକୁ ଗୋଟିଏ ଜୁଇରେ ଦାହ କରାଯାଉଥିବା ସହ ଦରପୋଡ଼ା ଅବସ୍ଥାରେ ଛାଡ଼ି ଦିଆଯାଉଥିବା ଘଟଣାରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର । ଅଧିକ ପଢ଼ନ୍ତୁ...

PIL filed in high court, cremation of more than one dead body together, dead body cremation, ଏକାଧିକ ମୃତଦେହ ପୋଡ଼ିବା ଘଟଣା, ହାଇକୋର୍ଟ ଜନସ୍ବାର୍ଥ ମାମଲା ଦାୟର,  ବଲାଙ୍ଗୀର ବିଯାଖମନ୍ ଜଙ୍ଗଲ
ଏକାଧିକ ମୃତଦେହ ପୋଡ଼ିବା ଘଟଣା: ହାଇକୋର୍ଟ ଜନସ୍ବାର୍ଥ ମାମଲା ଦାୟର

By

Published : Jun 23, 2021, 10:43 PM IST

ବଲାଙ୍ଗୀର: କୋରୋନାରେ ମୃତ୍ୟୁ ହୋଇଥିବା ଲୋକଙ୍କ ମୃତଦେହ ଉପରେ ମୃତଦେହ ରଖି ଦାହ କରିବା ମାମଲାକୁ ନେଇ ଦାଏର ହେଲା ଜନସ୍ବାର୍ଥ ମାମଲା। ସାମ୍ବାଦିକ କଳିପଦା ମିଶ୍ର ମାମଲା ଦାୟର କରିଥିବା ସୂଚନା ।

ଏକାଧିକ ମୃତଦେହ ପୋଡ଼ିବା ଘଟଣା: ହାଇକୋର୍ଟ ଜନସ୍ବାର୍ଥ ମାମଲା ଦାୟର

ବଲାଙ୍ଗୀର ଜିଲ୍ଲାରେ କୋରୋନାର ଦ୍ଵିତୀୟ ଲହର ତାର ଭୟବହତା ଦେଖାଇଥିଲା । ଅନେକ ଲୋକଙ୍କ ଜୀବନ ମଧ୍ୟ ନେଇଥିଲେ ମାରାତ୍ମକ ମହାମାରୀ । ସେପଟେ କୋରୋନାରେ ମୃତ୍ୟୁ ହୋଇଥିବା ଲୋକଙ୍କ ମୃତଦେହକୁ ଅସମ୍ମାନ ଓ ଗୋଟିଏ ଉପରେ ଗୋଟିଏ ମୃତଦେହ ରଖି ଦାହ କରାଯାଉଥିବାର ଅଭିଯୋଗ ମଧ୍ୟ ହୋଇଥିଲା। ଯାହାକୁ ନେଇ ଏବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ଜନ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି ସାମ୍ବାଦିକ କଳିପଦା ମିଶ୍ର ।

ବଲାଙ୍ଗୀର ଜିଲ୍ଲାରେ ଗୋଟିଏ ଉପରେ ଗୋଟିଏ ମୃତଦେହ ରଖି ଦାହ କରିବା ମାମଲାର ତଦନ୍ତ ତଥା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିବେଦନ କରିଛନ୍ତି। ଜିଲ୍ଲାର ଭୀମଭୋଇ ମେଡିକାଲ କଲେଜରେ କୋରୋନା ଯୋଗୁଁ ମୃତ୍ୟୁ ହେଉଥିବା ଲୋକଙ୍କ ମୃତଦେହକୁ ବଲାଙ୍ଗୀର ବିଯାଖମନ୍ ଜଙ୍ଗଲ ନିକଟରେ ଦାହ କରାଯାଉଥିଲା। ତେବେ ଦାହ ସମୟରେ ଏକାଧିକ ମୃତଦେହକୁ ଗୋଟିଏ ଜୁଇରେ ଦାହ କରାଯାଉଥିବା ସହ ଦରପୋଡ଼ା ଅବସ୍ଥାରେ ଛାଡ଼ି ଦିଆଯାଉଥିବା ଅଭିଯୋଗ ହୋଇଥିଲା ।

ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details